Sat. Mar 7th, 2026

କରୋନାରୁ ମୁକ୍ତି ଦେବ ହ୍ୱିସ୍କି ଓ ମହୁ!

182 Views

ବେଜିଂ: ସାରା ବିଶ୍ୱରେ ଏବେ କରୋନା ଭାଇରାସ ଆତଙ୍କ ଦେଖାଦେଇଛି। ଚୀନରେ ଏଯାବତ ୪୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଏହି ଭାଇରସ ପାଇଁ ହୋଇଛି। ବିଭିନ୍ନ ଦେଶର ଗବେଷକ ଏବେ ଏହି ଭାଇରସର ନିରାକରଣ ପାଇଁ ଔଷଧ ଗବେଷଣାରେ ଲାଗିଛନ୍ତି। ହେଲେ ଏହାରି ଭିତରେ କରୋନାର ଉତ୍ପତୀ ସ୍ଥଳ ଉହାନର ଜଣେ ୨୫ ବର୍ଷୀୟ ଯୁବକ କରୋନା ଭାଇରସର ଆକ୍ରମଣର ଶିକାର ହୋଇ ଏବେ ସେ ସୁସ୍ଥ ହୋଇଛନ୍ତି ବୋଲି ଦାବି କରିଛନ୍ତି। ମାଦକ ଦ୍ରବ୍ୟ ହ୍ୱିସ୍କି ସହିତ ମହୁ ପିଇ କରୋନା ଆକ୍ରାନ୍ତରୁ ସେ ମୁକ୍ତ ହୋଇଛନ୍ତି।corona

ବ୍ରିଟେନର ଖବର କାଗଜ ‘ଦି ସନ୍’ର ରିପୋର୍ଟ ଅନୁଯାୟୀ କୋନର ରୀଡଙ୍କୁ ଫ୍ଲୁ ଏବଂ ନିମୋନିଆର ଶିକାର ହୋଇଥିଲେ। ସେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ସେତେବେଳେ ତାଙ୍କୁ କାସ ମଧ୍ୟ ହେଉଥିଲା। ଏହାପରେ ରୀଡ ଦୁଇ ସପ୍ତାହ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ କିନ୍ତୁ ସେ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଆଣ୍ଟି ବାୟୋଟିକ ଔଷଧ ଖାଇନଥିଲେ।

ରୀଡ କହିଛନ୍ତି, ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧା ଅନୁଭବ ହେଉଥିଲା। ଏଥିପାଇଁ ସେ ନିଜର ଇନ ହେଲର ବ୍ୟବହାର କରିଥିଲେ। ଏହାପରେ ମହୁ ସହିତ ହ୍ୱିସ୍କିକୁ ପିଇଥିଲେ। ଏବେ ସେ ଜୋହାନ ବିଶ୍ୱବିଦ୍ୟାଳୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ରୀଡ ପେଶାରେ ଜଣେ ଇଂରାଜୀ ଶିକ୍ଷକ। ତାଙ୍କ ଘର ବ୍ରିଟେନରେ। ୩ ବର୍ଷ ହେବ ଚୀନର ଉହାନରେ ରହୁଛନ୍ତି। ଏଠାରେ ବାହାରକୁ ବାହାରିବ କଷ୍ଚକର। ବିନା ମାସ୍କରେ ଘରୁ ବାହାରକୁ ବାହାରିଲେ ପୁଲିସ ଗିରଫ କରୁଛି ବୋଲି ସେ କହିଛନ୍ତି।

By amfnews

Related Post