Sat. Mar 7th, 2026

କରୋନାଭାଇରସ୍ ସଂକ୍ରମଣ ପାଇଁ ଦାୟୀ ବୋଲି ଜଣାପଡ଼ିଲେ ପରିଣାମ ଭୋଗିବ ଚୀନ୍: ଡୋନାଲ୍‌ଡ୍ ଟ୍ରମ୍ପ୍

192 Views

ୱାସିଂଟନ୍: କରୋନାଭାଇରସ୍ ମହାମାରୀ ସଂକ୍ରମଣ ପାଇଁ ଚୀନ୍ ‘ଜାଣନ୍ତରେ ଦାୟୀ’ ବୋଲି ଜଣାପଡ଼ିଲେ, ‘ପରିଣାମ’ ଭୋଗିବ ବ‌ୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି।

ଶନିବାର ଦିନ ହ୍ବାଇଟ୍ ହାଉସ୍ ଠାରେ କରୋନାଭାଇରସ୍ ଟାସ୍କ୍‌ ଫୋର୍ସ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପ୍ କହିଲେ ସଂକ୍ରମଣ ପୂର୍ବରୁ ଏହାକୁ ଚୀନ୍‌ରେ ରୋକାଯାଇ ପାରିଥାଆନ୍ତା, କିନ୍ତୁ ତାହା କରା ଗଲାନାହିଁ। ସେଥିପାଇଁ ସମଗ୍ର ବିଶ୍ବ ଭୋଗୁଛି।

ସେ ଆହୁରି କହିଲେ, ଯଦି ଏଇଟା ଭୁଲ୍ ହେଇଥିବ, ତେବେ ଭୁଲ୍ ତ ଭୁଲ୍। କିନ୍ତୁ, ଯଦି ସେମାନେ ‘ଜାଣନ୍ତରେ ଦାୟୀ’ ହୋଇଥିବେ, ହଁ, ମୋ ଅର୍ଥ ହେଲା, ଯଦି ସେମିତି ହୋଇଥିବ ପରିଣାମ ନିଶ୍ଚୟ ଭୋଗିବ। ଆପଣମାନେ ଜାଣନ୍ତି, ୧୯୧୭ ଠାରୁ ଏତେ ସଂଖ୍ୟକ ଜୀବନହାନି କେହି ଦେଖି ନାହାନ୍ତି।

ରାଷ୍ଟ୍ରପତି ଗୁରୁତ୍ବାରୋପ କରି କହିଲେ ଯେ ଆୟତ୍ତ ବାହାରକୁ ଚାଲିଯାଇଥିବା ଭୁଲ୍ ଏବଂ ଜାଣି ଜାଣି କରାଯାଇଥିବା ଭୁଲ୍ ମଧ୍ୟରେ ଅନେକ ଫରକ ଅଛି। ଉଭୟ ଘଟଣା ସଂକ୍ରାନ୍ତରେ ସେମାନେ ଆମକୁ ଜଣାଇ ପାରିଥାଆନ୍ତେ। ଆପଣମାନେ ଜାଣନ୍ତି ବହୁ ପୂର୍ବରୁ ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁଥିଲୁ କିନ୍ତ, ସେମାନେ ଆମର ହସ୍ତକ୍ଷେପ ଚାହିଁଲେ ନାହିଁ। ମୋର ମନେହୁଏ ସେମାନେ ସବୁକଥା ଜାଣିଥିଲେ, କିନ୍ତୁ କହିବାକୁ କୁଣ୍ଠିତ ଥିଲେ।

ଟ୍ରମ୍ପ୍ କହିଲେ ବିଶ୍ବରେ କୋଭିଡ୍‌-୧୯ ବ୍ୟାପିବାଯାଏଁ ତାଙ୍କର ଚୀନ୍‌ ସହ ଖୁବ୍ ସୁସଂପର୍କ ଥିଲା। ଏବେ ସେ ସମ୍ପର୍କରେ ଆକାଶପାତାଳ ଫରକ। କରୋନାଭାଇରସ୍ ସମସ୍ତଙ୍କୁ ଆହତ କରିଛି। ଏଯାବତ୍ ଆମର ଅର୍ଥନୀତି ଥିଲା ବିଶ୍ବରେ ସର୍ବବୃହତ୍। ଚୀନ୍ ଆମ ଆଖପାଖରେ ବି ନ ଥିଲା। ଦୁଇ ମାସ ତଳର ଅବସ୍ଥାକୁ ଫେରି ଦେଖ। ଆମେ ଆମ ଅର୍ଥନୀତିକୁ ପୂର୍ବଭଳି ଅକ୍ଷୁଣ୍ଣ ରଖିବୁ।

ଇରାନ୍ର ଉଦାହରଣ ଦେଇ ଟ୍ରମ୍ପ୍ କହିଲେ ମୁଁ କ୍ଷମତାକୁ ଆସିବା ବେଳେ ଇରାନ୍ ସମଗ୍ର ମଧ୍ୟ-ପ୍ରାଚ୍ୟକୁ ଗ୍ରାସ କରିବାକୁ ବସିଥିଲା। ଏବେ ସେ ବଞ୍ଚିବାର ରାହା ଖୋଜୁଛି।

By amfnews

Related Post