Mon. Mar 9th, 2026

କରୋନା: ଗୋଟିଏ ଦିନରେ ଇଟାଲୀରେ ୨୫୦ ଜଣଙ୍କର ମୃତ୍ୟୁ

200 Views

ରୋମ୍: ଇଟାଲୀରେ ଶୁକ୍ରବାର ଦିନ କିଲର କରୋନା ଭାଇରସରେ ୨୫୦ ଜଣଙ୍କର ମୃତ୍ୟୁ ଘଟିଛି। ମାର୍ଚ୍ଚ ୧୩ରେ ସାରା ବିଶ୍ୱରେ କରୋନାରେ ଅନେକଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଇଟାଲୀର ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ଏଯାବତ୍ ଇଟାଲୀରେ କରୋନାରେ ୧୨୬୬ ଜଣଙ୍କର ମୃତ୍ୟୁ ଘଟିଛି, ୧୭,୬୬୦ ଜଣ ଚିକିତ୍ସାଧୀନ ରହିଛନ୍ତି। ଯାହାକି ଇଟାଲୀ ପାଇଁ ଚିନ୍ତାର ବିଷୟ। ଏହି କିଲର ଭାଇରସ ଚୀନର ଉହାନ ସହରରୁ ବ୍ୟାପିଛି ବୋଲି କୁହାଯାଉଛି। ଯଦିଓ ଚୀନରେ ଏବେ କରୋନା ମୃତକଙ୍କ ସଂଖ୍ୟା କମିଛି। ହେଲେ ଜାନୁଆରୀରେ ଚୀନର ଉହାନରୁ କେବଳ ପ୍ରତିଦିନ ୨୫୦ରୁ ୩୦୦ ମଧ୍ୟରେ ମୃତ୍ୟୁ ହେଉଥିଲା।

ସେହିପରି ଫ୍ରାନ୍ସରେ ୨୪ ଘଣ୍ଟା ମଧ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଛି। ବିଶ୍ୱବ୍ୟାପୀ ମହାମାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଘୋଷିତ ହୋଇଛି କରୋନା ଭାଇରସ। ଏଯାବତ ସାରା ବିଶ୍ୱରେ ୫ ହଜାରରୁ ଅଧିକ ଲୋକଙ୍କର ଏହି ଭାଇରସ କାରଣରୁ ମୃତ୍ୟୁ ଘଟିଛି।

ଚୀନରେ ଏଯାବତ ୩୧୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦,୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ରହିଛନ୍ତି। ଚୀନ ପରେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ରହିଛି। ଇଟାଲୀ ପରେ ଇରାନ ତୃତୀୟରେ ରହିଛି। ଏଯାବତ୍ ୫୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧,୩୬୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଦକ୍ଷିଣ କୋରିଆରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୯୭୯ ଜଣ ଚିକିତ୍ସାଧୀନ ରହିଛନ୍ତି। ଆମେରିକାରେ ୪୩ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଥିବା ବେଳେ ୨୦୩୪ ଜଣ ସଂକ୍ରମିତ ରହିଛନ୍ତି। ଭାରତରେ ମଧ୍ୟ ଏହି କିଲର ଭାଇରସ ବ୍ୟାପୁଥିବା ଦେଖିବାକୁ ମିଳିଛି। ମୋଟ୍ ୮୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।

By amfnews

Related Post