Fri. Mar 6th, 2026

କରୋନା କାଳରେ ପ୍ରାଣାୟାମ ହେଉଛି ସର୍ବୋତ୍ତମ ବ୍ୟାୟାମ : ପ୍ରଧାନମନ୍ତ୍ରୀ ମୋଦୀ

257 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି | ଯୋଗ ସମସ୍ତଙ୍କୁ ଏକତ୍ର କରିଥିବାରୁ ଏହା ଏକତାର ଦିନ ଏବଂ ସର୍ବଭାରତୀୟ ଭାଇଚାରାର ଦିନ ବୋଲି ସେ କହିଛନ୍ତି।

ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, “ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ଯୋଗ ଆଟ ହୋମ, ଯୋଗ ଉଇଥ ଫ୍ୟାମଲି ’। ଆଜି, ଆମେ ସମସ୍ତ ସାମାଜିକ ସମାବେଶରୁ ଦୂରେଇ ରହିବା ଏବଂ ଆମ ପରିବାର ସହିତ ଯୋଗ କରିବା | ଯୋଗ ଅଭ୍ୟାସରେ ପରିବାର ସଦସ୍ୟ ଏକାଠି ହେଲେ ଏହା ସମଗ୍ର ଘରେ ଶକ୍ତି ବିସ୍ତାର କରିଥାଏ | କୋଭିଡ -୧୯ ପରେ ବିଶ୍ୱ ଯୋଗକୁ ଅଧିକ ଗମ୍ଭୀରତାର ସହ ଅଭ୍ୟାସ କରିବାର ଆବଶ୍ୟକତାକୁ ରହିଛି। କାରଣ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଯୋଗର ଅନେକ ଆସନ ରହିଛି | ଏହି ଆସନ ଆମ ମାଂସପେଶୀ ଏବଂ ଶାରୀରିକକ୍ରି୍ୟାକୁ ମଜବୁତ କରିଥାଏ | କରୋନାଭାଇରସ୍ ଆମର ଶ୍ୱାସକ୍ରିୟାରେ ଆକ୍ରମଣ କରେ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରାଣାୟାମ ହେଉଛି ସର୍ବୋତ୍ତମ ବ୍ୟାୟାମ ବୋଲି କହିବା ସହ ଲୋକମାନଙ୍କୁ ଦୈନଦିନ କାର୍ଯ୍ୟରେ ପ୍ରାଣାୟାମକୁ ଅନ୍ତର୍ଭୁକ୍ତ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Narendra Modi: PM Modi to launch Garib Kalyan Rojgar Abhiyaan on ...

ଏହା ସହ ସଂସ୍କୃତ ପଦ ‘ଲୋକା ସମସ୍ତ ସୁଖିନୋ ଭବନ୍ତୁ’ (ସମସ୍ତ ପ୍ରାଣୀ ଖୁସି ଏବଂ ମୁକ୍ତ ହୁଅନ୍ତୁ) ବୋଲି କହି ସେ ସମ୍ବୋଧନ ସମାପ୍ତ କରିଥିବା ଜଣା ପଡିଛି | ଜୁନ୍ ୨୧, ୨୦୧୫ରୁ ଯୋଗ ଦିବସ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଯୋଗ ଦିବସକୁ ଡିଜିଟାଲ୍ ଭାବେ ପାଳନ କରାଯାଉଛି |

By amfnews

Related Post