Sun. Nov 24th, 2024

କନ୍ଧମାଳରେ ଏଏସ୍‌ଆଇଙ୍କୁ ଆକ୍ରମଣ

By amfnews Nov 13, 2018 #Featured
124 Views

କନ୍ଧମାଳ, ନଭେମ୍ବର ୧୩: କନ୍ଧମାଳ ଜିଲ୍ଲାର ଟାଉନ୍ ଥାନା ଏଏସ୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବସଷ୍ଟାଣ୍ଡରେ ପେଟ୍ରୋଲିଂ କରୁଥିବା ସମୟରେ ଏଏସ୍‌ଆଇ ତରୁଣ ତପନ ବେହେରାଙ୍କୁ ଜଣେ ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି । ଆହତ ଏଏସ୍‌ଆଇଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରୁ ଯୁବକ ଜଣକୁ ଗିରଫ କରାଯାଇଛି ।

ଗତକାଲି ରାତିରେ ସଦର ମହକୁମା ସ୍ଥାନୀୟ ବସ୍ ଷ୍ଟାଣ୍ଡ ନିକଟରେ ଥିବା ଏକ ଘରେ ତାଲିମ କାର୍ଯ୍ୟକ୍ରମ ହେବାର ଥିଲା । ସେଠାରେ ଜଣେ ଯୁବକ ପିଅନ ଭାବେ କାମ କରୁଥିଲେ । ଅନ୍ୟ ଜଣେ ଯୁବକ ରାଜୀବ ପ୍ରଧାନଙ୍କ ସହିତ କୌଣସି କାରଣରୁ ତାଙ୍କର ପାଟି ତୁଣ୍ଡ ହୋଇଥିଲା । ସନ୍ଧ୍ୟାରେ ରାଜୀବ ସେଠାରେ ପାଟିତୁଣ୍ଡ କରିବା ସହ ସେହି ଘରର କବାଟ ଓ ଝରକାକୁ ଏକ ଧାରୁଆ ଅସ୍ତ୍ରରେ ଭାଙ୍ଗିବାକୁ ଆରମ୍ଭ କରିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଟାଉନ୍ ଥାନା ପୋଲିସକୁ ଖବର ଦେବା ପରେ ବସଷ୍ଟାଣ୍ଡରେ ପେଟ୍ରୋଲିଂ କରୁଥିବା ଏଏସ୍‌ଆଇ ଘଟଣା ସ୍ଥଳରେ ପହଁଚିଥିଲେ । ଯୁବକ ଜଣକ ଏଏସ୍‌ଆଇଙ୍କୁ ଆକ୍ରମଣ କରିଥିଲା । ସଙ୍ଗେ ସଙ୍ଗେ ଡ୍ୟୁଟିରେ ଥିବା ଅନ୍ୟ ପୋଲିସମାନେ ସଂପୃକ୍ତ ଯୁବକକୁ କାବୁ କରିଥିଲେ । କନ୍ଧମାଳ ଏସପି ପ୍ରତୀକ ସିଂ ମେଡିକାଲ୍ ଯାଇ ଆହତ ଏଏସ୍‌ଆଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।

By amfnews

Related Post