Sat. Jan 11th, 2025

କନ୍ଧମାଳ ସେବାଶ୍ରମ ଛାତ୍ରୀ ସନ୍ତାନ ପ୍ରସବ ଘଟଣା : ଚେତିଲେ ସରକାର, ୧୦୦୦ ସ୍କୁଲରେ ଲାଗିବ ସିସିଟିଭି, ସେପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

By amfnews Jan 14, 2019 #Featured
424 Views

ଭୁବନେଶ୍ୱର , ଜାନୁଆରୀ ୧୪ : କନ୍ଧମାଳ ସେବାଶ୍ରମର ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଘଟିବା ପରେ ସରକାରଙ୍କ ଚେତା ପସିଛି । ଆଗକୁ ଯେପରି ଏମିତି କିଛି ନ ହୁଏ ସେ ନେଇ ଚେତିବା ସହ ପଦକ୍ଷେପ ନେଇଛନ୍ତି । ଏହା ସହ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ଶୀଘ୍ର ଏକ ହଜାର ସ୍କୁଲରେ ସିସିଟିଭି ଲାଗିବା ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି, ଘଟଣାରେ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୬ଜଣଙ୍କୁ ବହିଷ୍କାର କରାଯିବା ସହ ୪ଜଣଙ୍କୁ ସରକାର ନିଳମ୍ବନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ ୧ହଜାର ସ୍କୁଲରେ ସିସିଟିଭି କ୍ୟାମେରା ଲଗାଯିବ । ଆଗ୍ରାଧିକାର ଭିତିରେ ପ୍ରଥମେ ବାଳିକା ବିଦ୍ୟାଳୟମାନଙ୍କର ସିସିଟିଭି ଲାଗିବ ।

କଂଗ୍ରେସର ଟାର୍ଗେଟ

ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି କି, ଏଥି ପାଇଁ ବିଭାଗୀୟ ମନ୍ତ୍ରୀ ଦାୟୀ । ଏହା ଏକ ଦୁଃଖଦ ଘଟଣା । ରାଜ୍ୟରେ ଶାସନ ବୋଲି କିଛି ନାହିଁ । ନୈତିକତା ଦୃଷ୍ଟିରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି  ।

By amfnews

Related Post