Sat. Mar 7th, 2026

କନ୍ଦାଇଲା ପିଆଜ; କିଲୋ ୫୦ ଛୁଇଁଲା

203 Views

ଭୁବନେଶ୍ୱର  :   ହୁ ହୁ ହୋଇ ବଢି ଚାଲିଛି ପିଆଜ ଦର। ଯେଉଁ ପିଆଜ କିଛି ଦିନ ତଳେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବଜାରରେ ବିକ୍ରି ହେଉଥିଲା ଏବେ ତାହା ୫୦ ଟଙ୍କା ଛୁଇଁଲାଣି। କଟକ, ଭୁବନେଶ୍ୱର ଓ ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜ ଦର ଏଭଳି ଦରବୃଦ୍ଧି ପଛରେ ସ୍ୱଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି। ପିଆଜ କିଲୋ ୫୦ ଟଙ୍କା ପାର ହୋଇଥିବାରୁ ଏହା ସିଧାସଳଖ ଗରିବର ପଖାଳ କଂସାକୁ ମାଡ଼ କରିଛି। କେବଳ ଗରିବ ନୁହଁନ୍ତି, ସବୁ ବର୍ଗର ଗ୍ରାହକ ପ୍ରଭାବିତ ହୋଇଛନ୍ତି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜଣେ ଖାଉଟି କହିଛନ୍ତି,“ ମାର୍କେଟରେ ପିଆଜ ୫୦ ଟଙ୍କାରେ ବିକ୍ରି କରାଯାଉଛି। ଦିନକୁ ଦିନ ପିଆଜଦର ମାର୍କେଟରେ ବୃଦ୍ଧି ପାଉଛି।ଯାହାକି ଗ୍ରାହକ ମାନଙ୍କୁ ଭାରି ବାଧୁଛି।”

By amfnews

Related Post