ରାଉରକେଲା : ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ପରୀକ୍ଷା କେନ୍ଦ୍ରରୁ ୫ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି । ଏମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ସେକ୍ଟର-୨୧ ସ୍ଥିତ ଗୁରୁ ନାନକ ସ୍କୁଲରେ ସକାଳେ ଉକ୍ତ ପରୀକ୍ଷା ଆୟୋଜନ ହୋଇଥିଲା ।
ବିହାର ନାବାଦା ଜିଲ୍ଲାର ମନୋଜ କୁମାର ବିହାର ସେଖପୁରା ଜିଲ୍ଲାର ଚନ୍ଦନ କୁମାରଙ୍କ ସ୍ଥାନରେ ପରୀକ୍ଷା ଦେବାକୁ ଆସିଥିଲେ । ପରୀକ୍ଷା କେନ୍ଦ୍ରରେ ଆଙ୍ଗୁଠିଛାପ ଖାପ ନ ଖାଇବାୁ ତାଙ୍କୁ ଅଟକ ରଖାଯାଇଥିଲା । ସେହିପରି ବିହାର ବୈଶାଳୀ ଜିଲ୍ଲାର ରବିଶ ରଂଜନ ସମାନ ଜିଲ୍ଳାର ରବି କୁମାରଙ୍କ ସ୍ଥାନରେ ପରୀକ୍ଷା ଦେବାକୁ ଆସିଥିଲେ ।
ଉଭୟ କ୍ଷେତ୍ରରେ ଆଙ୍ଗୁଠି ଛାପ ନ ମିଶିବାରୁ କେନ୍ଦ୍ର ପରିଚାଳକ ୨ ଜରଙ୍କୁ ଅଟକ ରଖିଥିଲେ । ଅନୁରୂପ ଭାବେ ଲିଖଇତ ପରୀକ୍ଷାରେ ବିହାର ନାଳନ୍ଦା ର ନିବାସୀ ରାଜେଶ ପ୍ରସାଦଙ୍କ ହସ୍ତାକ୍ଷର ନି ମିଶିବାକରୁ ତାଙ୍କୁ ମଧ୍ୟ ବରୀକ୍ଷାରୁ ବାରଣ କରାଯାଇଥିଲା ।