Sat. Mar 7th, 2026

କ’ଣ ହେବ ଭାଜପାର ଏହି ଚାରି ଅସନ୍ତୁଷ୍ଟ ନେତାଙ୍କ ଭବିଷ୍ୟତ ?

294 Views

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ବିପକ୍ଷରେ ବିଷୋଦଗାର କରୁଥିବା ଭାରତୀୟ ଜନତା ପାର୍ଟିର କେତେକ ଅସନ୍ତୁଷ୍ଟ ନେତାଙ୍କର ଭବିଷ୍ୟତକୁ ନେଇ ଆକଳନ ଆରମ୍ଭ ହୋଇଥିଲା। ଏହି ଚାରି ନେତା ହେଲେ ଶତ୍ରୁଘ୍ନ ସିହ୍ନା, ୟଶଓ୍ଵନ୍ତ ସିହ୍ନା, ଅରୁଣ ସୌରୀ ଓ କୀର୍ତ୍ତି ଆଜାଦ। ଚର୍ଚ୍ଚା ହେଉଛି ଯେ ଶତ୍ରୁଘ୍ନ ସିହ୍ନା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇପାରନ୍ତି ଏବଂ ପୁଣି ପାଟନା ସାହେବ ସିଟ୍‌ରୁ ଲୋକସଭା ନିର୍ବାଚନ ଲଢିପାରନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଭାଜପା ସାଂସଦ କୀର୍ତ୍ତି ଆଜାଦ ଏଇ ଫେବୃଆରି ୩ ତାରିଖରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେବେ। ଏଣେ ୟଶଓ୍ଵନ୍ତ ସିହ୍ନା ନିୟମିତ ଭାବେ ବିରୋଧି ଦଳ ସହ ସଂପର୍କରେ ଅଛନ୍ତି। ତେବେ ତାଙ୍କୁ ଲୋକସଭାରେ ପ୍ରାର୍ଥୀ କରିବାକୁ କିନ୍ତୁ କୌଣସି ବିପକ୍ଷ ଦଳ ରାଜି ନୁହଁନ୍ତି।

ଅନ୍ୟପକ୍ଷରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଅରୁଣ ସୌରୀ ଅଣ କଂଗ୍ରେସ ଦଳ ମାନଙ୍କ ସହିତ ଯୋଗାଯୋଗରେ ରହିଛନ୍ତି। ସେ ରାଜ୍ୟସଭାକୁ ଯିବା ଲାଗି ଚାହୁଁଛନ୍ତି।

By amfnews

Related Post