Wed. Jan 15th, 2025

କଣ କେହି ଭାବିଥିଲେ ଶିଖ୍ ଦଙ୍ଗାର ଦୋଷୀଙ୍କୁ ଦଣ୍ଡ ମିଳିବ : ନରେନ୍ଦ୍ର ମୋଦୀ

By amfnews Dec 18, 2018 #Featured
138 Views

ମୁମ୍ବାଇ, ଡିସେମ୍ବର ୧୮ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଏକ ଘରୋଇ ଚ୍ୟାନେଲ କାର୍ଯ୍ୟକ୍ରମରେ ସମ୍ବୋଧିତ କରୁଥିବା ସମୟରେ କଂଗ୍ରେସ ଉପରକୁ ଆକ୍ରମଣ କରିଛନ୍ତି । ମୋଦୀ କହିଛନ୍ତି କି, ସରକାର ସର୍ବଦା ଭୁଲ ହୋଇଥାନ୍ତି ଏବଂ ଅଭିଯୋଗ ଆଣିଥିବା ବ୍ୟକ୍ତି ଠିକ୍ ହୋଇଥାଏ । ଘୋଟାଲା ହେଉ କିମ୍ବା ଭ୍ରଷ୍ଟାଚାରର ଅଭିଯୋଗ ହେଉ ଏହାହିଁ ହେଉଛି ମାନସିକତା । କିନ୍ତୁ ଏହା ପ୍ରଥମ ଥର ପାଇଁ ହୋଇଛି ଯେ, କିଛି କୌଣସି ସରକାର ଭ୍ରଷ୍ଟାଚାର ବିରୁଦ୍ଧରେ ଦେଶର ସବୁଠୁ ବଡ ଅଦାଲତକୁ ଯାଆନ୍ତି ଏବଂ ସେଠାରେ ତାଙ୍କୁ ଜବାବ ମିଳୁଛି ଯେଉଁ କାମ ହୋଇଛି ତାହା ପାରଦର୍ଶିତାର ସହ ହୋଇଛି ।

ମୋଦୀ ପୁଣି କହିଛନ୍ତି କି, ଶିଖ୍ ଦଙ୍ଗାର ଦୋଷୀଙ୍କୁ ସଜା ମିଳିବାକୁ ନେଇ କେହି ଚିନ୍ତା କରି ନଥିଲେ । ଲୋକଙ୍କୁ ନ୍ୟାୟ ମିଳିଛି । ଚାରି ବର୍ଷ ପୂର୍ବେ ହୋଇଥିବା ହେଲିକାପ୍ଟର ଘୋଟାଲାରେ ଏତେ ବଡ ରାଜନୀତିଜ୍ଞ କ୍ରିଶ୍ଚିୟନ ମିଶେଲ ଭାରତରେ ଅଛନ୍ତି । କଣ କେହି ଭାବିଥିଲେ ଭାରତ ଏତେ ଶୀଘ୍ର ଫାଇଭ ଟ୍ରିଲିୟନ ଡଲାର ଇକୋନୋମିକ କ୍ଲବରେ ସାମିଲ ହେବା ତରଫକୁ ନିଜ ପାଦ ବଢାଇବ । କେହି ଭାବିଥିଲେ କି, ଇଜ ଅଫ୍ ଡୁଇଙ୍ଗ୍ ବିଜନେସର ର‌୍ୟାକିଙ୍ଗରେ ୧୪୨ରୁ ୭୭ ନିକଟକୁ ଆସିଯିବ । ଭାରତ ଟପ୍ ୫୦ରେ ଆସିବା ପାଇଁ ଆଗକୁ ବଢୁଛି । ଭାରତରେ ଟ୍ରେନରେ ଯାତ୍ରା କରୁଥିବା ଲୋକ ବିମାନରେ ଯାତ୍ରା କରୁଛନ୍ତି ।

ମୋଦୀ କହିଛନ୍ତି କି, କଣ ଚାରି ବର୍ଷ ପୂର୍ବେ କେହି ଭାବିଥିଲେ ପରିବା ବାଲା ଏବଂ ଚା ବାଲା ଭିମ୍ ଆପ ବ୍ୟବହାର କରିବେ । ସେମାନେ ଏବେ ନିଜ ପକେଟରେ ରୁପେ କାର୍ଡ ରଖି ଆତ୍ମବିଶ୍ୱାସ ବଢାଉଛନ୍ତି । ଚାରି ବର୍ଷ ପୂର୍ବେ କଣ କେହି ଭାବିଥିଲେ କି, ଭାରତର ନ୍ୟାସନାଲ ୱାଟୱେଜ ହେବ । କୋଲକତାରୁ ଏକ ଜାହାଜ ଗଙ୍ଗା ନଦୀରେ ଚାଲିବ ଏବଂ ବନାରସ ପର୍ଯ୍ୟନ୍ତ ଜିନିଷ ନେଇ ଯିବ ।

By amfnews

Related Post