Tue. Mar 10th, 2026

କଟକରେ ଛାତ୍ରୀଙ୍କ ଅଶ୍ଳୀଳ ଏମ୍‌ଏମ୍‌ଏସ୍‌ ଭାଇରାଲ : ନୟାଗଡରୁ ଅଭିଯୁକ୍ତ ଯୁବକ ଗିରଫ

281 Views

କଟକ, ଜାନୁଆରୀ ୨୫ : କଟକର ମର୍କତନଗର ଅଞ୍ଚଳରେ ରହୁଥିବା ନୟାଗଡ଼ର ଜଣେ କଲେଜ ଛାତ୍ରୀଙ୍କ ଏମ୍‌ଏମ୍‌ଏସ୍ ଭାଇରାଲ ହୋଇଛି। ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖି ତାହାର ରେକର୍ଡିଂ କରାଯିବା, ତାଙ୍କୁ ବ୍ଲାକ୍‌ମେଲ କରାଯିବା ଏବଂ ଶାରୀରିକ ସଂପର୍କର ଅଶ୍ଳୀଳ ଏମ୍‌ଏମ୍‌ଏସ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରାଯିବା ସଂପର୍କରେ ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ସାମନାକୁ ଆସିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ନିର୍ଦ୍ଦିଷ୍ଟ ଅଶ୍ଳୀଳ େଵବ୍‌ସାଇଟ୍‌ରେ ସମ୍ପୃକ୍ତ ଛାତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଛଡ଼ା ଯାଇଛି। ମର୍କତନଗର ଥାନା ପୁଲିସ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଆଜି ବିଳମ୍ବିତ ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ନୟାଗଡ଼ ଓଡଗାଁର ବିନୁ ସାହୁ(୨୮)।

ସୂଚନା ଅନୁଯାୟୀ, ନୟାଗଡ଼ର ଏହି ୨୦ ବର୍ଷୀୟ ଯୁବତୀ ଜଣକ ସିଡିଏରେ ରହି ଏକ କଲେଜରେ ପଢ଼ୁଥିିଲେ। କଟକରେ ରହିବା ଭିତରେ ତାଙ୍କ ସହିତ ନୟାଗଡ଼ର ବିନୁଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ବିନୁ ଛାତ୍ରୀଙ୍କୁ ବିିଭିନ୍ନ ସମୟରେ ଭଡ଼ା ଘରକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ। ଛାତ୍ରୀ ଜଣକ ବିରୋଧ କରିବାରୁ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇଥିଲେ। କିନ୍ତୁ କୌଶଳକ୍ରମେ ବିନୁ ନିଜ ମୋବାଇଲ୍‌ରେ ଛାତ୍ରୀଙ୍କ ନଗ୍ନ ଦୃଶ୍ୟ ରେକର୍ଡ କରି ଭାଇରାଲ୍‌ କରିଥିବା ମର୍କତନଗର ଥାନାରେ ଅଭିଯୋଗ ହୋଇଥିଲା। ବିନୁ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ବ୍ଲାକ୍‌ମେଲ ମଧ୍ୟ କରୁଥିଲା। ପୁଲିସ ଏହି ଘଟଣାରେ ବିନୁଙ୍କୁ ଗିରଫ କରିଥିବାବେଳେ ଡାକ୍ତରୀ ମାଇନା ଓ ବୟାନ ରେକର୍ଡ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

By amfnews

Related Post