Tue. Jan 28th, 2025

କଂଗ୍ରେସରେ ବଡ ପରିବର୍ତନ ; ଅହମ୍ମଦ ପଟେଲଙ୍କୁ ଦିଆଗଲା କୋଷାଧ୍ୟକ୍ଷ ଏବଂ ବୋରାଙ୍କୁ ମହାସଚ୍ଚିବ ଦାୟିତ୍ୱ

By amfnews Aug 21, 2018 #Featured
244 Views

ନୂଆଦିଲ୍ଲୀ, ଅଗଷ୍ଟ ୨୧ :

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପାର୍ଟି ସଂଗଠନରେ ବଡ ପରିବର୍ତନ କରିଛନ୍ତି । ରାହୁଲ ଅହମ୍ମଦ ପଟେଲଙ୍କୁ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିବା ବେଳେ ଏହି ପଦବୀରେ ପୂର୍ବରୁ ଥିବା ମୋତିଲାଲ ବୋରାଙ୍କୁ ମହାସଚ୍ଚିବ ଭାବେ ନିଯୁକ୍ତ କରିଛନ୍ତି ।

ସେହିପରି ରାଜସ୍ଥାନ ସହ ସଂପର୍କିତ ଥିବା ଦଳର ବରିଷ୍ଠ ନେତା ସିପି ଜୋଶିଙ୍କ ସ୍ଥାନରେ ଲୁଇଜିହ୍ନୋ ଫ୍ଲେରିଓଙ୍କ ନର୍ଥଇଷ୍ଟ ରାଜ୍ୟରେ ମହାସଚ୍ଚିବ ଭାବେ ନିଯୁକ୍ତି ଦିଆ ଯାଇଛି । ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କୁ କର୍ଣ୍ଣ ସିଂହଙ୍କ ସ୍ଥାନରେ ଦଳର ବିଦେଶ ମାମଲାରେ ବିଭାଗୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏବଂ ଲୋକସଭାର ପୂର୍ବତନ ଅଧ୍ୟକ୍ଷ ମୀରା କୁମାରଙ୍କୁ କଂଗ୍ରେସ କାର୍ଯ୍ୟ ସମିତିରେ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି ।

କଂଗ୍ରେସର ସଂଗଠନ ମହାସଚ୍ଚିବ ଅଶୋକ ଗହଲୋତଙ୍କ କହିବା ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅହମ୍ମଦ ପଟେଲଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଏହା ସହ ମୋତିଲାଲ ବୋରାଙ୍କୁ ମହାସଚ୍ଚିବ ଭାବେ ନିଯୁକ୍ତି ଦିଆ ଯାଇଛି । ସେ କହିଛନ୍ତି କି, ଦଳର କୋଷାଧ୍ୟକ୍ଷ ମୋତିଲାଲ କଠିନ ପରିଶ୍ରମ ଏବଂ ଯୋଗଦାନ ଦେଇ ତାଙ୍କର କର୍ତବ୍ୟ କରିଛନ୍ତି ।

By amfnews

Related Post