Fri. Mar 6th, 2026

କଂଗ୍ରେସର ବରିଷ୍ଠ ନେତା ସର୍ଦ୍ଦାର ବୁଟା ସିଂଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀ

382 Views

ନୂଆଦିଲ୍ଲୀ, ଜାନୁଆରୀ 02 : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସର୍ଦ୍ଦାର ବୁଟା ସିଂ ଙ୍କ ପରଲୋକ  ।  86 ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି  । ବୁଟା ସିଂଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି  ।

ଦଲିତଙ୍କ ମୁଖ୍ୟ ଭାବେ କଂଗ୍ରେସ ଦଳର ବରିଷ୍ଠ ନେତା ସର୍ଦ୍ଦାର ବୁଟା ସିଂ ପରିଚିତ ଥିଲେ  । 86 ବର୍ଷୀୟ ବୁଟା ସିଂ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ  ।  ପଞ୍ଜାବର ଜଲନ୍ଦର ଜିଲ୍ଲାର ମୁସ୍ତାଫାପୁର ଗ୍ରାମରେ 21 ମାର୍ଚ୍ଚ 1934 ରେ ଜନ୍ମ ହୋଇଥିଲେ   ।  ସର୍ଦ୍ଦାର ବୁଟା ସିଂ 8 ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ   । ନେହେରୁ-ଗାନ୍ଧୀ ପରିବାରର ଜଣେ ବିଶ୍ୱାସୀପାତ୍ର ଭାବେ ସର୍ଦ୍ଦାର ବୁଟା ସିଂ ବିହାରର ରାଜ୍ୟପାଳ ତଥା ଜାତୀୟ ଅନୁସୂଚିତ ଜାତି ଆୟୋଗର ଚେୟାରମ୍ୟାନ୍ ହେବା ସହ କେନ୍ଦ୍ର ଗୃହମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳମନ୍ତ୍ରୀ, କ୍ରୀଡା ମନ୍ତ୍ରୀ ଭାବରେ ଭାରତ ସରକାରରେ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ଧରିଥିଲେ  ।

By amfnews

Related Post