Sun. Mar 8th, 2026

କଂଗ୍ରେସର ପ୍ରଥମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

211 Views

ରାଉରକେଲା, ୨୫ା୧୨  : ରାଉରକେଲା ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପ୍ରଥମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସଭାପତି ରବି ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ରାଜକିଶୋର ଷଡଙ୍ଗୀ, ସମ୍ପାଦିକା ରଜନୀ କୁଲୁ, ଝାରସୁଗୁଡା ପ୍ରଭାରୀ ପ୍ରମୋଦ ପ୍ରଧାନ, ରାଜ୍ୟ ସମ୍ପାଦକ ରଶ୍ମୀରଞ୍ଜନ ପାଢୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ମିଶ୍ରଙ୍କ ଉପସ୍ଥିତିରେ ଏହି ବୈଠକ ଅନୁୁଷ୍ଠିତ ହୋଇଛି । ପ୍ରାରମ୍ଭରେ ଡ.ଦାମୋଦର ମହାନ୍ତି ଓ ଗଣେଶ୍ୱର ମାହାତୋଙ୍କ ଉଦ୍ଦେଶ୍ୟରେ ଭାସ୍କର ଖିଲ୍ଲାର ଶୋକ ପ୍ରସ୍ତାବ ଆଗତ କରି ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଘନଶ୍ୟାମ ସୁନା ସାଙ୍ଗଠନିକ ପ୍ରସ୍ତାବ ଦେଇଥିବା ବେଳେ ଉପସଭାପତି ଅଜିତ ସାମଲ ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ । ନିବନିଯୁକ୍ତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ତଥା ନିଯୁକ୍ତିପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପଶ୍ଚିମ ଓଡିଶା ସେବାଦଳ ମୁଖ୍ୟ ରାମ ପ୍ରସାଦ ଜୟସ୍ୱାଲ, ଜେ.ଏନ୍. କୁମାର, ବରିୟମ ସିଂ, ଦୀନବନ୍ଧୁ ଭୋଳ, କୀର୍ତ୍ତନ ଦାସ, ସୋମନାଥ ପଣ୍ଡା, ଦୁଃଶା ନାଏକ, ମାନୁ ସାମଲ, ରଘୁ ଦାସ ଓ ସମସ୍ତ ବିଭାଗ ମୁଖୟମାନେ ଉପସ୍ଥିତ ଥିବା ବେଳେ ବାସୁ ବାନାର୍ଜୀ ଧନ୍ୟବାଦ ଦେଇଥିଲେ ।

By amfnews

Related Post