Sun. Nov 24th, 2024

କଂଗ୍ରେସର ଘୋଷଣା: ବିବାଦର ଅନ୍ତ, କମଲନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ

By amfnews Dec 14, 2018 #Featured
295 Views

ଭୋପାଳ, ଡିସେମ୍ବର ୧୪ : ଏକଦା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତୃତୀୟ ପୁତ୍ର କୁହାଯାଉଥିବା କମଲନାଥଙ୍କୁ କଂଗ୍ରେସ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ସହିତ କଂଗ୍ରେସ ପାର୍ଟରେ  ଦୀର୍ଘ ୩ ଦିନ ମଧ୍ୟରେ ଦେଖାଯାଇଥିବା ଦ୍ୱନ୍ଦ୍ୱ ଶେଷ ହୋଇଛି ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ହେବେ, ଏନେଇ ଶେଷ ନିଷ୍ପତ୍ତି ହୋଇ ନପାରିବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଓ ପ୍ରଚାର ସମିତି ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିଲ୍ଲୀ  ଯାଇଥିଲେ ।  ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ରାତି ୧୦ଟାରେ ଭୋପାଳ ଫେରିଥିଲେ । ଏହା ପରେ ବିଧାୟକ ଦଳର ବୈଠକ ବସିଥିଲା ଏବଂ ବୈଠକରେ ସର୍ବସମ୍ମତି କ୍ରରେ କମଲନାଥଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିଲା ।

View image on TwitterView image on TwitterView image on Twitter
ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଥିବାରୁ କମଳନାଥ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଓ ଦଳର ଉଚ୍ଚ ପଦାଧିକାରୀ ଧନ୍ୟବାଦ ଜଣାଇଛନ୍ତି । ଖୁସିରେ କମଲନାଥ କହିଛନ୍ତି ଏକଦା ଇନ୍ଦିରା ଗାନ୍ଧୀ ଛିନ୍ଦୱାଡା ଆସିଥିଲେ ।  ଅତୀତରେ ଇନ୍ଦିରା ଗାନ୍ଧୀ ମୋତେ ତୃତୀୟ ପୁତ୍ର କହିଥିଲେ ବୋଲି କମଲନାଥ କହିଛନ୍ତି । ଜ୍ୟୋତିରାଦିତ୍ୟଙ୍କୁ ଧନ୍ୟବାଦ ଜଣାଉଛି । କାରଣ ମୁଁ ତାଙ୍କ ପିତାଙ୍କ ସହିତ କାମ କରିଛି । ଆଗାମୀ ସମୟରେ ଆମ ପାଇଁ ଚ୍ୟାଲେଞ୍ଜ କରିବାକୁ ହେବ । ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ । ମୁଁ ପଦ ପାଇଁ ଭୋକିଲା ନଥିଲି କି କୌଣସି ଦାବି ନଥିଲା ବୋଲି କମଲନାଥ କହିଛନ୍ତି । ସେ କହିଛନ୍ତି, ମୋର ଜୀବନ ବିନା କୌଣସି ପଦର ଲାଳସାରେ କଂଗ୍ରେସ ପାର୍ଟିରେ ଦିନ ବିତିଛି । ଇନ୍ଦରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଏବେ ରାହୁଲ ଗାନ୍ଧୀଙ୍କ ସହିତ କାମ କରୁଛି ।

ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ନେଇ ମଙ୍ଗଳବାର ଠାରୁ ଟଣାଓଟରା ଚାଲିଥିଲା । ପ୍ରଥମେ ଭୋପାଳ ଠାରେ ପର୍ଯ୍ୟବେକ୍ଷକଙ୍କ ବହୁ ସମୟ ଆଲୋଚନା ବିଫଳ ହେବା ପରେ କମଲନାଥ ଏବଂ ଜ୍ୟୋତିରାଦିତ୍ୟଙ୍କୁ ରାହୁଲ ଗାନ୍ଧୀ ଦିଲ୍ଲୀ ଡାକିଥିଲେ । ଦିଲ୍ଲୀରେ ତିନି ବରିଷ୍ଠ ନେତାଙ୍କ ବୈଠକ ବସିଥିଲା । ବୈଠକରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ଥିର ହୋଇଯାଇଥିଲା । ବୈଠକ ପରେ ରାହୁଲଙ୍କ ଘର ବାହାରେ କମଲନାଥ ଏବଂ ସିନ୍ଧିଆ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ପଦ ଭୋପାଳରେ ଘୋଷଣା ହେବ ।

By amfnews

Related Post