Fri. Dec 27th, 2024

କଂଗ୍ରେସର ‘ଅନ୍ତରୀଣ’ଅଧ୍ୟକ୍ଷ ପଦ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି!

By amfnews Aug 24, 2020 #Featured
143 Views

ନୂଆଦିଲ୍ଲୀ, ଅଗଷ୍ଟ ୨୪ :  ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ସୋମବାର ହେବାକୁ ଥିବା କଂଗ୍ରେସ ପାର୍ଟିର କାର୍ଯ୍ୟକାରୀ କମିଟି ବୈଠକ ପୂର୍ବରୁ ଦଳ ଭିତରେ ଅନେକ ଚର୍ଚ୍ଚା ଚାଲିଛି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥକ ପୁଣି ଥଷର ଦଳର ନେତୃତ୍ୱ ନେବାଲାଗି ପ୍ରସ୍ତୁତ ହୋଇଉଠିଛନ୍ତି । ଏଥିପାଇଁ ସେମାନେ ସାମାଜିକ ଗଣମାଧ୍ୟମ ଠାରୁ ଚିଠିର ସହାୟତା ନେଇଛନ୍ତି । ନେତୃତ୍ୱକୁ ଆଧାର କରି ପାର୍ଟିରେ ୨ଟି ଚିତ୍ର ପ୍ରଥମେ ଦୃଶ୍ୟମାନ ହେଉଛି । କିନ୍ତୁ ଯାହା ଜଣାପଡୁଛି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ପାର୍ଟିର ଅନେକ କିଛି ଯୁବ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଭରସା ରଖିଛନ୍ତି । ସେମାନଙ୍କ ମତରେ ଗାନ୍ଧୀ ନେହରୁ ପରିବାର ପାର୍ଟିକୁ ଏକଜୁଟ ରଖିପାରିବେ ।

ସୂତ୍ର ଅନୁସାରେ କଂଗ୍ରେସ ସିଧାସଳଖ ଗାବେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁନାହିଁ । କୁହାଯାଉଛି ଯେ, ସୋନିଆ ଗାନ୍ଧୀଙ୍କ ଇସ୍ତଫା ଦେବାର ସ୍ଥିତିରେ ମନମୋହନ ସିଂହ, ଏକେ ଆଣ୍ଟୋନି ଅଥବା ମୁକୁଲ ବାସନିକଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ପଦରେ ଦିଆଯାଇପାରେ । କରୋନା ମହାମାରୀ ଶେଷ ହେବା ପରେ ପୂର୍ଣ୍ଣ ଅଧିବେଶନ ଡାକି ରାହୁଲ ଗାନ୍ଧୀଙ୍କୁ ପାର୍ଟିର ଅଧ୍ୟକ୍ଷ ଭାବେ ରଖାଯାଇପାରେ ।

କଂଗ୍ରେସର ଅନେକ ରାଜ୍ୟ ଶାଖାର ସଭାପତି ଓ ସାଂସଦ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖ ତାଙ୍କର ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଭରସା କରିଛନ୍ତି । କିନ୍ତୁ ଆଜି ଭିଡିଓ ବାର୍ତ୍ତା ଜରିଆରେ ବୈଠକ ପରେ ଜଣାପଡ଼ିପାରେ ଯେ, କଂଗ୍ରେସର ଅନ୍ତରୀଣ ନେତୃତ୍ୱ କାହାର ହାତରେ ନ୍ୟସ୍ତ ରହିବ । ଅନ୍ୟପଟେ ସୋନିଆ ଗାନ୍ଧୀଙ୍କ ଇସ୍ତଫା ଖବର କଂଗ୍ରେସ ଖାରଜ କରିଛି ।

By amfnews

Related Post