Sat. Mar 7th, 2026

କଂଗ୍ରେସ ସେବା ଦଳ ତରଫରୁ ମେଗା ରକ୍ତଦାନ ଶିବିର ୩୧ରେ

274 Views

ରାଉରକେଲା, ୨୬ା୧୦  : ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ସ୍ୱର୍ଗୀୟ ଇନ୍ଦିରାଗାନ୍ଧୀଙ୍କ ବଳିଦାନ ଦିବସ ଏବଂ ଲୌହମାନବ ସ୍ୱର୍ଗତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ପାଳନ ଅବସରରେ ରାଉରକେଲା ଜିଲ୍ଲା ସେବା ଦଳ କଂଗ୍ରେସ ତରଫରୁ ଆସନ୍ତା ୩୧.୧୦.୨୦୧୮ ରିଖରେ ଏକ ମେଗା ରକ୍ତଦାନ କାର୍ଯ୍ୟକ୍ରମ ସରକାରୀ ଡାକ୍ତରଖାନା (ଆଇଜିଏଚ୍) ବ୍ଲଡ୍ ବ୍ୟାଙ୍କଠାରେ ଅନୁଷ୍ଠିତ ହେବ । ଅଖିଳ ଭାରତ କଂଗ୍ରେସର ନିଷ୍ପତ୍ତି ଅନୁଯାଇ ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ ସେବାଦଳ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ସେବାଦଳ କଂଗ୍ରେସର ପ୍ରଭାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଘୋଷ ପର୍ଯ୍ୟବେକ୍ଷକଭାବେ ଯୋଗ ଦେବେ ।

ତେଣୁ ରାଉରକେଲା ଜିଲ୍ଲା ସେବାଦଳ କଂଗ୍ରେସ ତରଫରୁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଗା ରକ୍ତାଦାନ କାର୍ଯ୍ୟକ୍ରମରେ ଆସନ୍ତା ବୁଧବାର ସକାଳ ୯.୩୦ ମିନିଟ୍ ସମୟରେ ଆରଜିଏଚ୍ ରକ୍ତଭଣ୍ଡାରଠାରେ ସେବାଦଳର ସମସ୍ତ କର୍ମୀ ତଥା କଂଗ୍ରେସର ବରିଷ୍ଠନେତା, ପ୍ରଦେଶ କଂଗ୍ରେସ ସଭ୍ୟ ଓ କର୍ମକର୍ତ୍ତା, ଜିଲ୍ଲାକଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମତ୍ସ୍ୟଜୀବି କଂଗ୍ରେସ, ସଂଖ୍ୟାଲଘୁ କଂଗ୍ରେସ, ସଂରକ୍ଷିତ ଅନୁସୂଚିତ ଜାତି ଓ ଜନଜାତି କଂଗ୍ରେସର ମୁଖ୍ୟ ଓ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିବାକୁ ସେବାଦଳ ଜିଲ୍ଲା ମୁଖ୍ୟ ସଂଗଠକ ବିନୋଦ ଚନ୍ଦ୍ର ରାଉତ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

By amfnews

Related Post