Wed. Apr 30th, 2025

କଂଗ୍ରେସ ପକ୍ଷରୁ ସେବାଦଳ ପ୍ରତିଷ୍ଠାତାଙ୍କ ଶ୍ରାଦ୍ଧଦିବସ ଓ ବୃକ୍ଷ ରୋପଣ

By amfnews Aug 27, 2018 #Featured
301 Views

ରାଉରକେଲା, ୨୭ା୮ : ଜିଲା କଂଗ୍ରେସ ସେବାଦଳ ପକ୍ଷରୁ ସ୍ଥାନୀୟ ଟ୍ରାଫିକ୍ ଛକଠାରେ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରାଯାଇଛି । ଏଥିରେ ସେବାଦଳ ଓଡିଶା ପ୍ରଭାରୀ ଚନ୍ଦ୍ର ପ୍ରକାଶ ବାଜପେୟୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରଦେଶ ସେବାଦଳ ପ୍ରଶିକ୍ଷକ ରାମ ପ୍ରସାଦ ଜୟସ୍ୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସୁନ୍ଦରଗଡ ସେବାଦଳ ସଙ୍ଗଠନକ ମନୁ ସରାଫ, ମହିଳା ସଙ୍ଗଠକ ଆନି ଡୁଙ୍ଗଡୁଙ୍ଗ, ସମ୍ବଲପୁର ସଙ୍ଗଠକ ନବ ଭଟ୍ଟ, ବଣେଇ ସଙ୍ଗଠକ ଦିନେଶ ତାଣ୍ଡିଆ, ରାଉରକେଲା ସଙ୍ଗଠକ ବିନୋଦ ରାଉତ, ଘିସାଲାଲ ଶର୍ମା, ଦିନେଶ ସାହୁ, ଜଗଦିଶ ଜୟସ୍ୱାଲ, ଦୀପକ ଶର୍ମା, କେଦାର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ପରେ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସେବାଦଳ ପ୍ରତିଷ୍ଠାତା ଏନ୍.ଏସ୍. ହାଡିକରଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏଥିରେ ଜିଲା କଂଗ୍ରେସ ସଭାପତି ରବି ରାୟ ଯୋଗ ଦେଇ ତାଙ୍କ ସ୍ମୃତିଚାରଣ କରିଥିବା ବେଳେ ସେବାଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦଳୀୟ କାର୍ଯ୍ୟାଳୟ ଠାରେ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପିସିସି ସମ୍ପାଦକ ରଶ୍ମି ରଞ୍ଜନ ପାଢୀ, ମହିଳା ସଭାନେତ୍ରୀ ପ୍ରଭାତୀ ମିଶ୍ର, ବାସୁ ବାନାର୍ଜୀ, ୱରିୟମ ସିଂ, ଏମ୍ଡି ସାହାବୁଦ୍ଦିନ, ସନ୍ତୋଷ ତନ୍ତୀ, ମୀନକେତନ ବାଡି, ହିତେଶ ଦେହୁରୀ, ପ୍ରଦୀପ ବେହେରା, ଏମ୍ଡି ସମିମ, ଅରୁଣ ଜୟପୁରିୟା, ରାଜୁ ମହାନନ୍ଦ, ପୁରୁଷୋତ୍ତମ ପାତ୍ର, ଉଦୟନାଥ ନାୟକ, ବିଜୁ ପୁରୋହିତ, ରଜନୀକାନ୍ତ ପାତ୍ର, ଛବି ଦାସ, ଶିବୁ ସାହୁ, କୀର୍ତ୍ତନ ଦାସ, ହରିଶ ପାଣି, ଭାସ୍କର ଖିଲାର, ସନ୍ଦୀପନ ମହାପାତ୍ର, ଗୌତମ ଲେଙ୍କା, ଶିବୁ ସାହୁ, ମଝିଆ ପ୍ରଧାନ, ଆପୁ ନାୟକ, ପ୍ରେମଲାଲ ନାଗ, ରବୀନ୍ଦ୍ର ଭଞ୍ଜ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

By amfnews

Related Post