ରାଉରକେଲା, ୧ା୧୧ : ଜିଲା କଂଗ୍ରେସ କମିଟି ତରଫରୁ ପ୍ଲାଣ୍ଟସାଇଟ୍ ସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଦିବସ ପାଳନ କରାଯାଇଛି । ଜିଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ଦଳର ଶତାଧିକ କଂଗ୍ରେସ କର୍ମୀ, ମହିଳା କଂଗ୍ରେସ କର୍ମୀ, ଯୁବ କଂଗ୍ରେସ କର୍ମୀ, ସେବାଦଳ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସର୍ବଭାରତୀୟ ସେବାଦଳ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଶ୍ରୀ ଘୋଷ ତାଙ୍କ ଅଭିଭାଷଣରେ କହିଲେ ଯେ, ଯଦି ଦେଶରେ କଂଗ୍ରେସ ସରକାର ଆସେ ତେବେ ସ୍ୱର୍ଗତ ଗାନ୍ଧୀ ଦେଶକୁ ଯେପରି ଏକତା ସୂତ୍ରରେ ବାନ୍ଧି ରଖିଥିଲେ ସେହି ଆଦର୍ଶକୁ ଆପଣେଇ ପାରିଲେ ତାହାହିଁ ହେବ ତାଙ୍କ ପ୍ରତି ପ୍ରକୃତ ସମର୍ପଣ । ଆଜିର ଏହି ପବିତ୍ର ଦିବସରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ରାଜ୍ୟ କଂଗ୍ରେସ ସମ୍ପାଦକ ରଶ୍ମିରଞ୍ଜନ ପାଢୀ, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ଦୀନବନ୍ଧୁ ଭୋଳ, ମହିଳା କଂଗ୍ରେସ ନେତ୍ରୀ ପ୍ରଭାତୀ ମିଶ୍ର, ନିରୂପମା ବଳିୟାରସିଂ, ବାସୁ ବାନାର୍ଜୀ, ଘନଶ୍ୟାମ ସୁନା, ଭାସ୍କର ଖିଲାର, ବରିଷ୍ଠ ନେତା ଗଣେଶ ପ୍ରଧାନ, ରାମ ପୁକାର ସିଂ, ପ୍ରଶାନ୍ତ ନାଏକ, ସରୋଜ ଲେଙ୍କା, ଏମ୍ଡି ସାହିର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଅଖିଳ ଭାରତୀୟ ସେବାଦଳ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଘୋଷ, ଜିଲା ସଭାପତି ରବି ରାୟ, ବରିଷ୍ଠ କଂଗ୍ରେସ ନେତା ବରିୟମ ସିଂ, ବ୍ଲକ୍ ସଭାପତି ମନୁ ସାମଲ, ଧୁସା ନାଏକ, ରଘୁ ଦାସ, ଲତା ନାଏକ, ଯୁବକଂଗ୍ରେସ ସଭାପତି ପ୍ରବୋଧ ଦାସ, ମହିଳାନେତ୍ରୀ ପୂର୍ଣ୍ଣିମା ମୁଖୀ, ସ୍ନେହା ମୁଖୀ, ଜୟନ୍ତୀ ସାହୁ, ପ୍ରମିଳା ଲେଙ୍କା, ଆରତୀ ବେହେରା, ସୁମିତ୍ରା ଓରାମ, କୁନ୍ତଳା କିସାନ, ସାମିନା ଖାଲକୋ, ଗୀତା ବେଜ, କୁଳମଣି ବଡାଇକ, ସୁମିତା ବଡକାମି, ଜୟନ୍ତୀ ସାହୁ, କଲ୍ୟାଣୀ, ପୂର୍ଣ୍ଣିମା ଲେଙ୍କା, ବରିଷ୍ଠ କଂଗ୍ରେସ ନେତା କୀର୍ତ୍ତନ ଦାସ ପ୍ରମୁଖ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସେବାଦଳର ବିନୋଦ ରାଉତ, କଂଗ୍ରେସ ନେତା ଇଜାଜ ଅଖତାର, ଫୁଲ କଂସାରୀ, ବାବନ ରାୟ, ଅରୁଣ ଜୟପୁରିଆ, ସୋମନାଥ ଷଣ୍ଢ, ରାଜୁ ମହାନନ୍ଦିଆ, ଏମ୍ଡି ଫିରଦୋସ, ସୁରିଆ ତାଣ୍ଡୀ, ପୁରୁଷୋତ୍ତମ ପାତ୍ର, ବିକାଶ ଏକ୍କା, କିରଣ ଲୁଗୁନ, ସାକିର ହୁସେନ, ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, ରୂପା ବାରିକ, ହିତେଶ ଦେହୁରୀ, ସୌମ୍ୟ ନାଏକ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରଦୀପ ମଲ୍ଲିକ, ବିକାଶ ଦାସ, କବିତା ଦାସ, ମାନସ ସୂତାର ଓ ଅନ୍ୟମାନେ ସହଯୋଗ କରିଥିବା ବେଳେ ବୈଲୋଚନ ସାହୁ ଧନ୍ୟବାଦ ଦେଇଥିଲେ ।