257 Views
ନୂଆଦିଲ୍ଲୀ, ଜାନୁଆରୀ ୧୬ : କର୍ଣ୍ଣାଟକରେ ରାଜନୈତିକ ମାହୋଲ ଏବେ ସରଗରମ ରହିଛି । ଗତ କାଲି ୨ ଜଣ ନିର୍ଦ୍ଦଳୀୟ ବିଧାୟକ କଂଗ୍ରେସ-ଜେଡିଏସ ମହାମେଂଟ ସରକାରଙ୍କ ଠାରୁ ସମର୍ଥନ ଫେରେଇ ନେବା ପରେ ଘଟଣାକ୍ରମ ଦ୍ରୂତ ଗତିରେ ବଦଳିବାରେ ଲାଗିଛି । ତେବେ ୧୦ ଜଣ କଂଗ୍ରେସ ବିଧାୟକ ଆସନ୍ତା କାଲି ଇସ୍ତଫା ଦେଇ ପାରନ୍ତି ବୋଲି ସୂଚନା ମିଳିଛି । ଏହି ସବୁ ମଧ୍ୟରେ କଂଗ୍ରେସ ବିଧାୟକ ଦଳଙ୍କ ବୈଠକ ଜାନୁଆରୀ ୧୮ରେ ଡକାଯାଇଥିଲା । ଏହା ପୂର୍ବରୁ କଂଗ୍ରେସ ଦଳର କାର୍ଯ୍ୟକର୍ତା ଗୁରୁଗ୍ରାମରେ ବିଜେପି ବିଧାୟକ ଥିବା ହୋଟେଲରେ ପ୍ରଦର୍ଶନ କରିଥିଲେ । ବିଜେପି ବିରୁଦ୍ଧରେ କଂଗ୍ରେସ କିଣା ବିକାର ଅଭିଯୋଗ ଆଣିଥିଲା ।
କଂଗ୍ରେସ ସାଂସଦ କେ ଏଚ ମୁନିୟପା କହିଛନ୍ତି କି, ମୁଁ ସାଥ ଛାଡିଥିବା ସମସ୍ତ ବିଧାୟକଙ୍କୁ ଆମନ୍ତ୍ରିତ କରୁଛି । ଚିନ୍ତା କରନ୍ତୁ ନାହିଁ । ନିର୍ବାଚନ ଜିତିଥିବା କଂଗ୍ରେସ ଲୋକ ଅସୁରକ୍ଷିତ ନଭାବିବା ଉଚିତ୍ । ରାହୁଲ ଗାନ୍ଧୀ ଏବଂ ବେଣୁଗୋପାଳ ଆପଣଙ୍କ ମାମଲା ସହ ଅଜ୍ଞ ଅଛନ୍ତି । ଆପଣଙ୍କୁ ଆସନ୍ତା କ୍ୟାବିନେଟ ବିସ୍ତାରରେ ଅବସର ଦିଆଯିବ ।
ସେହି ସମୟରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜ ସରକାରଙ୍କୁ ସୁରକ୍ଷିତ କରି କହିଛନ୍ତି କି, ମୁମ୍ବାଇର ହୋଟେଲରେ ଥିବା ବିଧାୟକଙ୍କ ନିକଟରେ ମିଡିଆ ପହଂଚି ପାରୁ ନାହିଁ । ସେମାନେ ମୋ ସମ୍ପର୍କରେ ଅଛନ୍ତି । ମୁଁ ସମସ୍ତଙ୍କ ସହ ସମ୍ପର୍କରେ ଅଛି । ସମସ୍ତଙ୍କ ସହ କଥା ହୋଇଛି । ସେମାନେ ଫେରି ଆସିବେ । ଆମ ମହାମେଂଟ ବିଲକୁଲ ସୁରକ୍ଷିତ ରହିଛି । ମୁଁ ପୂର୍ବରୁ ଚିନ୍ତାମୁକ୍ତ ଥିଲି । ଏବେ ବି ଅଛି । ଚିନ୍ତା କରନ୍ତୁ ନାହିଁ ଖୁସୀ ରୁହନ୍ତୁ ।