Sat. Nov 23rd, 2024

କଂଗ୍ରେସ ଆଜି ଜାରି କରିବ ନିର୍ବାଚନୀ ଘୋଷଣା ପତ୍ର, ରାହୁଲ ଗାନ୍ଧୀ ଦେଇପାରନ୍ତି ପ୍ରତିଶ୍ରୁତି

By amfnews Apr 2, 2019 #Featured
186 Views

ନୂଆଦିଲ୍ଲୀ, ଏପ୍ରିଲ  ୦୨: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ନିର୍ବାଚନୀ ଘୋଷଣା ପତ୍ର ଜାରି କରିବ । ଏଥି ପାଇଁ ୨୪ ଆକବର ରୋଡସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସକାଳ ୧୧ଟାରେ ଏକ ବଡ଼ ଧରଣର ଆୟୋଜନ କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଏହି ଅବସରରେ ୟୁପିଏ ଚେୟାରମ୍ୟାନ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନୋମହନ ସିଂହ, ଦଳୀୟ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଚ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡା ଏବଂ ଦିଲ୍ଳୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ଘୋଷଣାର ଥିବ ରହିବ ‘ଅନ୍ୟାୟରୁ ନ୍ୟାୟ’ ।

ଘୋଷଣା ପତ୍ରରେ କ’ଣ ରହିପାରେ ପ୍ରତିଶ୍ରୁତି

-ସର୍ବନିମ୍ନ ଆୟ ସହାୟତା ଯୋଜନା: ଏହାରି ମାଧ୍ୟମରେ ଦେଶର ୫ କୋଟି ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ । ଗୃହିଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ୧୨ଟି କିସ୍ତିରେ ଦେବାକୁ ରାହୁଲ ପ୍ରତିଶ୍ରୁତି ଦେଇପାରନ୍ତି । 

-ଯୁବପୀଢ଼ିଙ୍କୁ ଚାକିରୀ: ଦେଶର ୨୨ ଲକ୍ଷ ଯୁବକ/ଯୁବତୀଙ୍କୁ ରୋଜଗାର ଦେବା ପାଇଁ ରାହୁଲ ଘୋଷଣା ପତ୍ରରେ ପ୍ରତିଶ୍ରୁତି ଦେଇ ପାରନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ୨୦୨୦ ମାର୍ଚ୍ଚ ୩୧ ପୂର୍ବରୁ ଏହି ପଦବୀ ଗୁଡ଼ିକ ପୂର୍ଣ୍ଣ ହେବ । 

-ସଂଖ୍ୟାଲଘୁ ସଂପ୍ରଦାର ଲୋକଙ୍କ ପାଇଁ ଟ୍ରିପଲ ତଲାକ ସଂପର୍କରେ ମଧ୍ୟ ନିର୍ବାଚନୀ ଘୋଷଣା କରାଯିବ ।

-ମହିଳାଙ୍କୁ ସୁରକ୍ଷା ଓ ଚାଷୀର ଉନ୍ନତି ପାଇଁ ରାହୁଲ ପ୍ରତିଶ୍ରୁତି ଦେବେ । 

-ରାହୁଲ ନୀତି ଆୟୋଗଙ୍କୁ ଶେଷ କରିବା ପାଇଁ ଯୋଜନା କରୁଛନ୍ତି । 

-ରିଜର୍ଭ ବ୍ୟାଙ୍କ ନୀତି ଏବଂ ଜିଏସଟି ପ୍ରଣାଳୀରେ ସଂଶୋଧାନ । 

-ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇଁ ଘୋଷଣା କରିବେ ରାହୁଲ । ଆୟୁଷ୍ମାନ ଭାରତ ଯୋଜନାରେ ନୂତନ ଯୋଜନା ଲାଗୁ କରିବା ନେଇ କରିପାରିବେ ଘୋଷଣା ।

By amfnews

Related Post