Tue. Dec 24th, 2024

ଔଷଧୀୟ ବୃକ୍ଷ ଘି କୁଆଁରୀ ଜେଲି ରୁ ତିଆରି ହେଉଛି ବ୍ୟାଟେରୀ, ଉଦ୍ଭାବନକାରୀ ଙ୍କୁ ମିଳିଛି ଗ୍ଲୋବାଲ ଆୱାର୍ଡ

By amfnews Feb 2, 2021 #Featured
157 Views

ଉତ୍ତରପ୍ରଦେଶ, ଫେବୃଆରୀ ୦୨ : ରୋଗ ଭଲ କରୁଥିବା ଘି କୁଆଁରୀ (ଆଲୋଭେରା) ଜେଲି ଶକ୍ତି କ୍ଷେତ୍ରରେ ଏକ ଗେମ ଚେଞ୍ଜର ଭାବେ ସାମ୍ନା କୁ ଆସିଛି ।ଆଲୋଭେରା ର ରସାୟନ ଶକ୍ତିରୁ ଏବେ ବିଜୁଳି ଶକ୍ତି ଉତ୍ପାଦନ କରି ଚର୍ଚ୍ଚା କୁ ଆସିଛନ୍ତି ଉତ୍ତରପ୍ରଦେଶ ର ଇଞ୍ଜିନିୟର ନିମିଶା ଶର୍ମା ଓ ରାଜସ୍ଥାନ ର ତାଙ୍କ ସହଯୋଗୀ ନବୀନ ସୁମନ । ଉଭୟ ନିମିଶା ଓ ନବୀନ ଘି କୁଆଁରୀ ରସ ରୁ ପରିବେଶ କୁ ସୁହାଇଲା ଭଳି ଗ୍ରୀନ ବ୍ୟାଟେରୀ ଉତ୍ପାଦନ କରି ବିଶ୍ୱର ଟପ 8 ଟି ଷ୍ଟାର୍ଟଅଫ ତାଲିକାରେ ସ୍ଥାନ ପାଇଛନ୍ତି । 

୧ କେଜି ଆଲୋଭେରା ଜେଲି ରେ ୧୨୫ଟି ଗ୍ରୀନ ବ୍ୟାଟେରୀ ଉତ୍ପାଦନ ରେ ଏହି ଦୁଇ ଇଞ୍ଜିନିୟର ସଫଳ ହୋଇଛନ୍ତି । ଆଲୋ ବ୍ୟାଟେରୀ କେବଳ ଶସ୍ତା ନୁହେଁ, ଏହା ଜୈବ ବିଘଟନ ସହିତ ପରିବେଶ ପ୍ରତି ଅନୁକୂଳ ଓ ବିପଦମୁକ୍ତ ବୋଲି ଉଭୟ କହିଛନ୍ତି । TERI ପ୍ରତିନିଧି ଆଲେଖ୍ୟ ଦତ୍ତ  ଆଲୋ ବ୍ୟାଟେରୀ ର ବହୁଳ ଉତ୍ପାଦନ ହେଲେ ଏହା ଚାଷୀଙ୍କୁ ଉପକାର କରାଇବ ବୋଲି କହିଛନ୍ତି ।

ଡ୍ରାଏସେଲ ରୁ ଲିଡ଼ ଭଳି ବିଷାକ୍ତ ମେଟାଲ ଅପସାରଣ କରି ଆଲୋ ଜେଲ ଶକ୍ତି ଉତ୍ପନ୍ନ କରାଇବାରେ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଷ୍ଟାର୍ଟ ଅଫ ଇଣ୍ଡିଆ ମିଶନ ର ସହାୟତା ରେ ଏଭଳି ଗ୍ରୀନ ବ୍ୟାଟେରୀ  ବିଶ୍ୱର ଏନର୍ଜି ଇତିହାସ ରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ।

By amfnews

Related Post