Fri. Dec 27th, 2024

ଓୟୁଡବ୍ଲୁଜେ ପକ୍ଷରୁ ସାମ୍ବାଦିକ ଅଧିକାର ଦିବସ ପାଳିତ

rklsanchar@gmail.com' By J.N. Pradhan Jul 17, 2018 #Featured
181 Views

ରାଉରକେଲା : ଅର୍ଗାନାଇଜେସନ୍ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ (ଓୟୁଡବ୍ଲୁଜେ) ପକ୍ଷରୁ ଆଜି ସଂଧ୍ୟାରେ ସାମ୍ବାଦିକ ଅଧିକାର ଦିବସ ପାଳିତ ହୋଇଯାଇଛି । ଏଥିରେ ୟୁନିଅନର ଜାତୀୟ ସଭାପତି ଡଃ ପୀତବାସ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରି ସଂବିଧାନର ଧାରା ମୁତାବକ ଗଣମାଧ୍ୟମ ତା’ର ଅଧିକାର ସାବ୍ୟସ୍ତ କରୁଛି ।

ବିଭିନ୍ନ ସମୟରେ ସତ୍ୟ ଖବର ପରିବେଷଣ କରି ସାମ୍ବାଦିକମାନେ ଆକ୍ରୋଶ ଓ ଆକ୍ରମଣର ଶିକାର ହେଉଛନ୍ତି । ସାଧାରଣ ଲୋକଙ୍କ ପାଇଁ ଯେଉଁ ଆଇନ ରହିିଛି, ସେହି ମୁତାବକ ମାମଲା ଋଜୁ ହୋଇ ବିଚାର ହେଉଛି ।  ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ଅଧିକ ଗୂୁରୁତ୍ୱ ପ୍ରଦାନର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ । ଖବର ସଂଗ୍ରହରେ ମଧ୍ୟ ସାମ୍ବାଦିକଙ୍କୁ ବହୁ ଅସୁବିଧାର ସମ୍ମୂୁଖୀନ ହେବାକୁ ପଡୁଛି ।

ଏ ସମସ୍ତ ସତ୍ତେ୍ୱ ସାମ୍ବାଦିକମାନେ ଆବଶ୍ୟକ ସୁବିଧାସୁଯୋଗ ପାଉନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । କୋଶଳ ହରାଇଜନ୍ର ସଂପାଦକ ବୈଦ୍ୟନାଥ ମିଶ୍ର ତାଙ୍କ ବକ୍ତବ୍ୟରେ ସାମ୍ବାଦିକମାନଙ୍କ ଦାୟିତ୍ୱ ଓ ଅଧିକାର ସଂପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ସମୟରେ ସାମ୍ବାଦିକମାନେ କର୍ତ୍ତବ୍ୟ ପାଳନ ବେଳେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ସବୁ ଦୂର କରିବା ପାଇଁ ସରକାର ଆବଶ୍ୟକ ନୀତି ପ୍ରଣୟନ କରିବା ପାଇଁ ସେ ଦାବି କରିଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ୟୁନିଅନର ରାଉରକେଲା ଶାଖା ସଂପାଦକ ବିବେକାନନ୍ଦ ଦାସ ଆଲୋଚ୍ୟ ବିଷୟ ଉପରେ ଆଲୋକପାତ କରି ସାମ୍ବାଦିକମାନଙ୍କ ଆକ୍ରମଣଜନିତ ମାମଲାଗୁଡିକ ତୁରନ୍ତ ବିଚାର ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ସାମ୍ବାଦିକମାନେ ସଂଗଠିତ ହୋଇ କାର୍ଯ୍ୟ କଲେ ବହୁ ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମାଞ୍ଚଳର ସଂପାଦିକା ସୁରମା ମିଶ୍ର, ବିରଞ୍ଚି ନାରାୟଣ ମିଶ୍ର, ଅଜିତ୍ ଚୋବେ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ୟୁନିଅନ୍ର ସଦସ୍ୟମାନେ ଉପସ୍ଥିତ ଥିଲେ ।

Related Post