174 Views
ଭୁବନେଶ୍ବର, ଏପ୍ରିଲ ୧୪ : କରୋନା ମହାମାରୀର ଦ୍ବିତୀୟ ଲହର ବ୍ୟାପକ ହେବା ଲାଗିଛି । ଭୁବନେଶ୍ବରସ୍ଥିତ ଓଡିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ମଙ୍ଗଳବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବାର ଗୋଟିଏ ଦିନ ପରେ ଆଉ ତିନିଜଣ ଛାତ୍ରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ପୂର୍ବରୁ ଜଣେ ଅଧ୍ୟାପକ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା ।
ସେହିଭଳି ଓୟୁଏଟିର ଦୁଇ ଛାତ୍ରଙ୍କ ସମେତ ଆଉ ଚାରିଜଣ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଆହୁରି ମଧ୍ୟ ଜଣେ କୃଷକ ଏବଂ ପ୍ରାଥମିକ କୃଷି ପ୍ରତିଷ୍ଠାନର ଜଣେ ପ୍ରଫେସର କରୋନା ସଂକ୍ରମିତ ବୋଲି ଜଣାପଡିଛନ୍ତି ।