Mon. May 19th, 2025

ଓଡ଼ିଶୀ ଗୁରୁ ଶାଶ୍ୱତ ଯୋଶୀଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଶିଷ୍ୟ

By amfnews Sep 7, 2019 #Featured
543 Views

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀଙ୍କ ନାଁରେ ଜଣେ ଶିଷ୍ୟ ସଂଗୀନ ଅଭିଯୋଗ ଆଣିଥିବା ଶୁକ୍ରବାର ଜଣାପଡ଼ିଛି। ଶିଷ୍ୟ ଜଣକ ସାଂଘାତିକ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ସେ କହିଛନ୍ତି, ଗୁରୁ ଶ୍ରୀ ଯୋଶୀ ଯୌନ ନିର୍ଯାତନା ଦେଇଥାନ୍ତି। ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥାନ୍ତି। କ୍ୟାରିୟର ଭୟରେ ଝିଅମାନେ ମୁହଁ ଖୋଲି ନଥାନ୍ତି। ସେହିପରି ଶାଶ୍ୱତ ଯୋଶୀଙ୍କ ନାଁରେ ଫେସବୁକରେ ଅନ୍ୟ ଜଣେ ଶିଷ୍ୟା ମଧ୍ୟ ଅଭିଯୋଗ ଆଣିଛନ୍ତି। ଝିଅମାନଙ୍କର ଚରିତ୍ରକୁ ନେଇ ସେ ଗାଳିଗୁଳଜ କରିଥାନ୍ତି। ସେ ଯେମିତି ଦେଖାଯାଆନ୍ତି, ପ୍ରକୃତପକ୍ଷେ ସେମିତି ନୁହନ୍ତି।

ଅଭିଯୋଗକୁ ନେଇ ଶାଶ୍ୱତ ଯୋଶୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ଶିଷ୍ୟ/ଶିଷ୍ୟାମାନେ ମୋ ସହିତ ଥିଲେ, ସେମାନେ ଅଛନ୍ତି। ସୋସିଆଲ ମିଡିଆରେ ମୋ ନାଁରେ ଅପପ୍ରଚାର ହେଉଛି। ମୋ ନାଁରେ ମିଥ୍ୟା ଅଭିଯୋଗ ଅଣାଯାଇଛି। ଯେଉଁମାନେ ଗୁରୁଙ୍କୁ ନିନ୍ଦା କରୁଛନ୍ତି, ତାଙ୍କୁ ମୋର କିଛି କହିବାର ନାହିଁ। ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି, ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ।

By amfnews

Related Post