Thu. Nov 7th, 2024

ଓଡ଼ିଶାରେ କରୋନା ଟିକାକରଣ କାର୍ଯ୍ୟକ୍ରମ: ପ୍ରଥମ ପର୍ଯ୍ୟାୟରେ ୯ ହଜାର ଲୋକଙ୍କୁ ମିଳିବ ଟିକା

By amfnews Jan 16, 2021 #Featured
150 Views

ଭୁବନେଶ୍ୱର, ଜାନୁଆରୀ ୧୬ : ସମଗ୍ର ଦେଶ ସହିତ ଓଡ଼ିଶା ମଧ୍ୟ କରୋନା ଟିକାକରଣ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଯାଇଛି । ଆଜିଠାରୁ ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ୯ ହଜାର ଲୋକଙ୍କୁ ଟିକା ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ସାଢ଼େ ୧୦ଟାରେ ଟିକାକରଣ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ଏହା ପରେ ଭୁବନେଶ୍ୱର ଓ ସୁନ୍ଦରଗଡ଼ର ୨ଟି ସ୍ଥାନ ଟିକାକରଣ କାର୍ଯ୍ୟକ୍ରମରେ ଯୋଡ଼ିହେବ । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଟିକା ପାଇବେ, ଗତକାଲି ଠାରୁ ସେମାନଙ୍କ ପାଖକୁ ମେସେଜ ଯାଇସାରିଛି । ମେସେଜରେ ଟିକା ନେବାର ସ୍ଥାନ ମଧ୍ୟ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରର ଗାଇଡଲାଇନ ଅନୁସାରେ ପ୍ରତେକ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । 

ଟିକାକରଣକୁ ସୁବ୍ୟବସ୍ଥିତ କରିବା ଲାଗି ୫ ଜଣିଆ ଦଳ ନିୟୋଜିତ ହୋଇଥିବା ବେଳେ ମୋଟ ୧୬ ହଜାର ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । କିନ୍ତୁ ଯେଉଁମାନେ ଟିକା ନେବେ ସେମାନଙ୍କର ବୟସ ୧୮ ବର୍ଷରୁ କମ ହୋଇ ନଥିବା ଦରକାର । ସେହିଭଳି ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ଓ ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଟିକାକରଣରୁ ବାଦ ଦିଆଯାଇଛି । ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ କରୋନା ଟିକା ମିଳିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଟିକା ନେଇଥିବେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସେମାନଙ୍କୁ ସମାନ ଟିକା ନେବାକୁ ହେବ । 

ରାଜ୍ୟରେ ମୋଟ ୩ ଲକ୍ଷ ୩୮ ହଜାର ୭୭୭ ଜଣ ହିତାଧିକାରୀ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେମାନଙ୍କର ନାମ ପଂଜିକରଣ କରିଛନ୍ତି । ଏଥିରେ ଅଛନ୍ତି ୨୬ ହଜାର ସ୍ୱାସ୍ଥ୍ୟ କର୍ମୀ । କିନ୍ତୁ ସରକାର ୯ ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ରାଜସ୍ୱ ବିଭାଗର ତାଲିକା ପ୍ରଦାନ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ନଗର ନିଗମରକୁ ଚିଠି କରାଯାଇଛି । 

By amfnews

Related Post