Sat. Nov 23rd, 2024

ଓଡ଼ିଶାର ବନ ଉନ୍ନୟନ ନିଗମ – ୫୭ ତମ ପ୍ରତିଷ୍ଠା ଦିବସ ପାଳିତ

By amfnews Oct 2, 2018 #Featured
895 Views

ଭୁବନେଶ୍ୱର :   ଓଡ଼ିଶାର ପ୍ରବାଦ ପୁରୁଷ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ମାନସ ସନ୍ତାନ ଭାବରେ ଦେଶର ଜଙ୍ଗଲ ଭିତ୍ତିିକ ପ୍ରଥମ ସରକାରୀ ଉଦ୍ଦ୍ୟେଗ ଭାବରେ ରାଜ୍ୟ ଜଙ୍ଗଲ ମମ୍ପଦର ବୈଜ୍ଞାନିକ ପଦ୍ଧତିରେ ଉତ୍ପାଦନ, ଠିକାଦାରୀ ବ୍ୟବସ୍ଥାର ଉଚ୍ଛେଦ ସହିତ ଅଣଟିକସ ରାଜସ୍ୱ ବୃଦ୍ଧି, ଜାଳ କାଠ, ଗୋଲେଇ ଓ ଚିରଟ କାଠ କାରବାର ଜରିଆରେ ଜନସାଧାରଣଙ୍କ ଚାହିଦା ପୂରଣ, କର୍ମ ନିୟୋଜନ ସୁଯୋଗ ସୃଷ୍ଟି ଓ ରାଜ୍ୟର ରାଜସ୍ୱ ଅଭିବୃଦ୍ଦିର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଦି ନେଇ ତା.୨୮.୦୯.୧୯୬୨ ରିଖରେ ସ୍ଥାପିତ ହୁଏ ସରକାରଙ୍କ ନିୟନ୍ତ୍ରଣାଧୀନ ଉଦ୍ୟୋଗ “ଓଡ଼ିଶା ବନ ନିଗମ ଲିଃ” ଏବଂ ଅକ୍ଟୋବର ୧୯୯୦ ରେ ୩ ଗୋଟି ଗଙ୍ଗଲ ଭିତ୍ତିକ ନିଗମ ସମ୍ମିଶ୍ରଣରେ ରୂପରେଖା ନିଏ ଆଜିର “ଓଡ଼ିଶା ବନ ନିଗମ ଲିଃ” ।କେନ୍ଦୁପତ୍ର ବ୍ୟବସାୟ ୧୯୭୨ ସମିହାରେ ଜାତୀୟ କରଣ ହେଲାପରେ ତାହାର ସମ୍ପୁର୍ଣ୍ଣ ବିକ୍ରିବଟା ଦାୟୀତ୍ୱ ସରକରଙ୍କ ପକ୍ଷରୁ ବନ ନିଗମକୁ ନ୍ୟସ୍ତ କରାଗଲା ।

ନିଗମ ବିଭିନ୍ନ ପ୍ରକାର ଲଘୁବନଜାତ ଦ୍ରବ୍ୟର ସଂଗ୍ରହ ପ୍ରକ୍ରିୟା କରଣ ଏବଂ ବିକ୍ରୟକୁ ସୁଚାର ରୁପେ ତୁଲାଇ ଆସୁଛି ।
ସେହିଭଳି ଶାଳ ମଞ୍ଜି ଓ ମହୁଲଫୁଲ ଜାତୀୟକରଣ ମସୟରେ ମଧ୍ୟ ତାହାର କାରବାର ନିଗମ ହାତରେ ଅର୍ପଣ କରାଯାଇଥିଲା । ରାଜ୍ୟରେ ଏକଦା ୩.୨ ଲକ୍ଷ ଘନମିଟର କାଠ ଉତ୍ପାଦନ କ୍ଷମତା ହ୍ରାସ ପାଇ ଏବେ ୦.୨୭ ଲକ୍ଷ ଘନମିଟରରେ ଥିବାବେଳେ ବିବିଧ କାରବାର ଜରିଆରେ ୨୦୧୭-୧୮ ଆର୍ଥିକ ବର୍ଷରେ ୭୯୭ କୋଟି ଟଙ୍କାର କାରବାର କରିବାକୁ ନିଗମ ସକ୍ଷମ ହୋଇଛି ଓ ୩୧.୪୮ କୋଟି ଟଙ୍କାର ନିଟ୍ ଲାଭ ଆୟ କରିଅଛି । ରାଜ୍ୟ ସରକାରଙ୍କୁ ଟିକସ ଓ ଅଣଟିକସ ବାବଦରେ ୩୮୯.୩୭ କୋଟି ଟଙ୍କା ରାଜସ୍ୱ ପ୍ରଦାନ କରିଅଛି । ଗତ ଆର୍ଥିକ ବର୍ଷରେ ସରକାରଙ୍କ ଲାଭାଂଶ ବାବଦକୁ ୨.୯୫ କୋଟି ଟଙ୍କା ପ୍ରଦାନ ନିମନ୍ତେ ଅନୁମୋଦିତ ହୋଇଛି ।

ଏତଦ୍ ବ୍ୟତୀତ ଓଡ଼ିଶା ବନଉନ୍ନୟନ ନିଗମ ରାଜ୍ୟର ଉନ୍ନୟନ ମୂଳକ କାର୍ଯ୍ୟ ଯଥା, ଜଳ ସେଚନ , ବିଦ୍ୟୁତ ପ୍ରକଳ୍ପ, ରାଜ୍ୟ ଓ ଜାତୀୟ ରାଜପଥ ର ସଂପ୍ରସାରଣ ଓ ଖଣି ଅଂଚଳର ଗଛ କାଟିବା କାର୍ଯ୍ୟକୁ ନିର୍ଦ୍ଦାରିତ ସମୟ ମଧ୍ୟରେ ସମ୍ପାଦନ କରିବାରେ ପରାକାଷ୍ଠା ଦେଖାଇପାରିଛି । ରାଜ୍ୟରେ ସଂଗୃହିତ କେନ୍ଦୁପତ୍ର କୁ ସ୍ୱଚ୍ଛତାର ସହ ଇ-ଟେଣ୍ଡର ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରେ ଉଚିତ ମୁଲ୍ୟରେ ବିକ୍ରୀ କରି ରାଜ୍ୟ ରାଜକୋଷକୁ ପ୍ରାୟତଃ ବାର୍ଷିକ ୬୦୦ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବାରେ ମସର୍ଥ ହୋଇ ପାରିଛି ।

ରାଜ୍ୟରେ ବନୀକରଣ ଯୋଜନାରେ ସବୁଜିମା ବୃଦ୍ଧି ସହ ,ସହର ସୌନ୍ଦର୍ଯ୍ୟ କରଣ, ପରିପୂରକ ବନିକରଣ, ଶିଳ୍ପାୟନ ପରିବେଶରେ ଉନ୍ନତି ଆଣିବାରେ ନିଗମର ଅବଦାନ ପ୍ରଶଂସନୀୟ । ସେହିଭଳି ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ନିଗମ ନିଜର ନିଷ୍ଠାପୂର୍ଣ୍ଣ ଭୂମିକା ନିଭାଇ ବହୁ ପର୍ଯ୍ୟଟକ ମାନଙ୍କର ଆସ୍ଥାଭାଜନ ହୋଇପାରିଛି ।

ବନ ଉନ୍ନୟନ ନିଗମର ଚଳିତ ବର୍ଷର ୫୭ ତମ ପ୍ରତିଷ୍ଠା ଦିବସ ସମାରୋହରେ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଅତିରିକ୍ତି ମୁଖ୍ୟ ଶାସନ ସଚ୍ଚିବ ଓ ପରିବେଶ ବିଭାଗ ମୁଖ୍ୟ ଅତିଥି ହିସାବରେ ଯୋଗ ଦେଇଥିଲେ । ଡଃ. ଗଗନ କୁମାର ଧଳ, କୃଷି ଉତ୍ପାଦନ ଆୟୁକ୍ତ ତଥା ଅଧ୍ୟକ୍ଷ, ଓଡ଼ିଶା ବନ ଉନ୍ନୟନ ନିଗମଙ୍କ ପୌରହିତ୍ୟରେ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର), ଡଃ ଅଜୟ କୁମାର ମହାପାତ୍ର ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶ୍ରୀ ଅଭୟକାନ୍ତି ପାଠକ ପ୍ରମୁଖ ଅିତରିକ୍ତ ମୁଖ୍ୟ ଅତିଥି ଗାବରେ ଯୋଗ ଦେଇଥିଲେ । ନିଗମର ପରିଚାଳନା ନିଦ୍ଦେଶକ ଶ୍ରୀଯୁକ୍ତ ରାଜୀବ କୁମାର, ପ୍ରରମ୍ଭିକ ବକ୍ତବ୍ୟରେ ଅତିଥି କରିଚୟ ସହ ନିଗମ ସମ୍ପର୍କରେ ଆଲୋକପାତ କରିଥିଲେ ।

ସଭା ଶେଷରେ ଭୁମନେଶ୍ୱର ବୃକ୍ଷରୋପଣ ଖଣ୍ଡର କର୍ମଚାରୀମାନଙ୍କୁ ନେଇ ଶ୍ରୀ ସନ୍ତୋଷ ବାରିକଙ୍କ ରଚିତ ଓ ଶ୍ରୀ ଦେବାନନ୍ଦ ନାୟକ (ସୋନି) ଙ୍କ ନିର୍ଦ୍ଦେଶିତ ନାଟକ “ତୁ ନଥିଲେ ମୁଁ କିଏ” ମଂଚସ୍ଥ ହୋଇଥିଲେ ।

By amfnews

Related Post