Tue. Dec 24th, 2024

ଓଡ଼ିଶାକୁ ଛାଡ଼ି ଅନ୍ୟ ରାଜ୍ୟରେ ଆଜିଠୁ ଅନଲକ ହେବ ସିନେମା ହଲ

By amfnews Oct 15, 2020 #Featured
213 Views

ନୂଆଦିଲ୍ଲୀ, ଅକ୍ଟୋବର ୧୫ : ଅନଲକ ୫.୦ ଅନୁଯାୟୀ ଆଜିଠାରୁ ଓଡ଼ିଶାକୁ ଛାଡ଼ି ଦେଶର ଅନ୍ୟ ରାଜ୍ୟରେ ସିନେମା ହଲଗୁଡ଼ିକ ଖୋଲୁଛି । କିନ୍ତୁ ମହାରାଷ୍ଟ୍ରରେ ସିନେମା ହଲଗୁଡ଼ିକ ବନ୍ଦ ରହିବ । ଅନଲକ ୫.୦ରେ ସିନେମା ହଲ ପାଇଁ କେନ୍ଦ୍ର ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନକୁ ସିନେମା ହଲରେ ପାଳନ କରାଯିବ । ଏଥି ସହିତ ଏହା ଜଣାପଡ଼ି ନାହିଁ ଯେ, ନୂଆଁ ଫିଲ୍ମ ଚାଲିବ କି ନାହିଁ । ଅର୍ଥାତ ପୁରୁଣା ଚଳଚ୍ଚିତ୍ର ପରଦାରେ ଦେଖାଯାଇପାରେ । 

ଅନଲକ ୫.୦ ଅନୁଯାୟୀ ସିନେମାହଲ ଲାଗି କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ ଗାଇଡଲାଇନ ଜାରି କରାଯାଇଛି, ତାହା ନିମ୍ନରେ ଉଲ୍ଲେଖ କରାଗଲା । 

-ସିନେମା ହଲ୍‌ର ମୋଟ ଆସନରୁ ୫୦ ପ୍ରତିଶତ ପୂରା କରାଯାଇପାରିବ । 

-ସିନେମା ହଲରେ ଗୋଟିଏ ସିଟ ଛାଡ଼ି ଅନ୍ୟ ସିଟରେ ଦର୍ଶକ ବସିବେ । ଅର୍ଥାତ ୨ ଜଣ ଦର୍ଶକଙ୍କ ମଝିରେ ଥିବା ସିଟ ଖାଲି ରହିବ । 

-ଫିଲ୍ମ ହଲରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । 

-ଏଥି ସହିତ ଦର୍ଶକ ନିଜ ପାଖରେ ବାଧ୍ୟତାମୂଳକ ଭାବେ ସାନିଟାଇଜର ରଖିବେ । 

ନୂଆ ଫିଲ୍ମ ରିଲିଜ ନେଇ ବର୍ତ୍ତମାନ ପରୀପ୍ରେକ୍ଷୀରେ କେନ୍ଦ୍ର ସରକାର ମଂଜୁରୀ ଦେଇ ନାହାନ୍ତି । ତେଣୁ କୁହାଯାଇପାରିବ ନାହିଁ ଯେ, ନୂଆ ଫିଲ୍ମ କେବେ ରିଲିଜ ହେବ । କରୋନା ସଂକଟ ସମୟରେ ଲକଡାଉନ ହେବା ଦ୍ୱାରା ସିନେମା ଜଗତକୁ ବ୍ୟାପକ୍ଷ କ୍ଷତି ପହଂଚିଛି । ଦୀର୍ଘ ୭ ମାସ ପରେ ସିନେମା ହଲଗୁଡ଼ିକ ଖୋଲୁଛି । 

By amfnews

Related Post