Thu. May 22nd, 2025

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଉଦ୍‌ଘାଟନ୍‌କୁ ଦର୍ଶକଙ୍କ ଅପେକ୍ଷା, ବଢୁଛି ଉତ୍କଣ୍ଠା

By amfnews Nov 27, 2018 #Featured
465 Views

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ହକି ଓ ସିନେମା ପ୍ରେମୀଙ୍କ ପ୍ରବଳ ଭିଡ ଲାଗିଛି। କଳିଙ୍ଗ ଏଥଲେଟିକ୍‌ ଷ୍ଟାଡିୟମ୍‌ରେ ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ୍‌, ଅଭିନେତା ଶାହରୁଖ ଖାନ୍‌ ଏବଂ ଅଭିନେତ୍ରୀ ମାଧୁରୀଙ୍କ ଦ୍ୱାରା ହେବାକୁ ଥିବା ପ୍ରସ୍ତୁତି ପାଇଁ ମଙ୍ଗଳବାର ଅପରାହ୍ନଠାରୁ ଦର୍ଶକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ପାଖାପାଖି ୪୦ ହଜାର ଦର୍ଶକ ଉଦ୍‌ଘାଟନୀ ସମାରୋହକୁ ଦେଖିବା ପାଇଁ ଏକତ୍ର ହୋଇଥିବା ଅନୁମାନ କରାଯାଉଛି।

ଉଦ୍‌ଘାଟନୀ ସମାରୋହରେ ପୂର୍ବରୁ ରାଜଧାନୀର ଜୟଦେବ ବିହାର ଛକ ଠାରୁ ଦି ଓ୍ଵାଲର୍ଡ ଛକ ଜନ ସମୁଦ୍ରରେ ପରିଣତ ହୋଇଛି। ରାଜଧାନୀର ହକି ଓ ସିନେମା ପ୍ରମାଣିତ କରିଛନ୍ତି, ହକି ଅପେକ୍ଷା ହକି ପାଇଁ ଆୟୋଜିତ ମହୋତ୍ସବ ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଭିଡକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ କଡ଼ା ଚ୍ୟାଲେଞ୍ଜ ହୋଇପଡ଼ିଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ମାସ ମାସ ଧିର ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସକୁ ଆଜି ପରୀକ୍ଷା ଦେବାକୁ ପଡ଼ିଛି।

ଇତି ମଧ୍ୟରେ କିଙ୍ଗ୍‌ ଖାନ୍‌ ଶାହାରୁଖ ଭୁବନେଶ୍ୱରରେ ପହଞ୍ଚି ସାରିଥିବାରେ ଉଦ୍‌ଘାଟନୀ ସମାରୋହ ଆରମ୍ଭ ହେବା ପୂର୍ବରୁ କଳିଙ୍ଗ ଆଥଲେଟିକ୍‌ ଗ୍ରାଉଣ୍ଡରେ ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତୁତି ଦେବା ପାଏ କଳାକାରମାନେ ଗ୍ରାଉଣ୍ଡରେ ଛିଡ଼ା ହୋଇ ସାରିଛନ୍ତି। ଏ.ଆର. ରେହମାନ୍‌, ଶାହରୁଖ ଖାନ୍‌ ଏବଂ ମାଧୁରିକ ଦୀକ୍ଷିତ ମଞ୍ଚକୁ ଆସିବା ନେଇ ସମସ୍ତେ ଅପେକ୍ଷା କରିଛନ୍ତି। ସନ୍ଧ୍ୟା ଯେତିକି ନଇଁ ଯାଉଛି, କଳିଙ୍ଗ ଷ୍ଟାଡିୟମରେ ସେତିକି ଉତ୍କଣ୍ଠା ବଢୁଛି।

By amfnews

Related Post