Tue. Nov 26th, 2024

ଓସିଏଲ ଜନଶୁଣାଣି ମାମଲା: ଜର୍ଜ ସମର୍ଥକଙ୍କ ସମେତ ଅନ୍ୟମାନଙ୍କ ନାମରେ ମାମଲା

By amfnews Oct 24, 2018 #Featured
109 Views

ରାଉରକେଲା, ୨୪ ।୧୦  : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଧିନରେ ଥିବା ରାଜଗାଙ୍ଗପୁର ବ୍ଲକ ଲାଞ୍ଜିବେର୍ଣ୍ଣା ଠାରେ ଥିବା ଓସିଏଲ ଇଣ୍ଡିଆ ଲିମିଟେଡ ଦ୍ୱାରା ପରିଚାଳିତ ଖଣିର ସଂପ୍ରସାରଣ ପାଇଁ ଗତ ସେପ୍ଟେମ୍ବର ମାସ ୩ ତାରିଖରେ ରାଜଗାଙ୍ଗପୁର ନିକଟସ୍ଥ ଟଗରପୁର ଠାରେ ଥିବା ନିଜ ଦ୍ୱାରା ପରିଚାଳିତ ଆଇଟିଆଇ ପରିସରରେ ପରିବେଶ ମଞ୍ଜୁରୀକୁ ନେଇ ଏକ ଜନଶୁଣାଣିର ଆୟୋଜନ କରିଥିଲେ ।

ତେବେ ଏହି ଜନଶୁଣାଣିକୁ ବିରୋଧ କରି ପାଞ୍ଚଟି ପଞ୍ଚାୟତର ହଜାର ହଜାର ଲୋକ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ସେଇ ଟଗରପୁର ଆଇଟିଆଇ ପ୍ରମୁଖ ଦେଇ ଯାଇଥିବା ରାଜ୍ୟ ରାଜପଥ ନମ୍ବର -୧୦କୁ ଜାମ କରି ବିକ୍ଷୋଭ ପ୍ରଦଶନ କରିଥିଲେ । ପରେ ଏହାକୁ ନେଇ ସେଠି ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇ ପ୍ରାୟ ୨୪ ଘଣ୍ଟା ଧରି ରାଜ୍ୟ ରାଜପଥ ବନ୍ଦ ରହିଥିଲା । କେବଳ ସେତିକି ନୁହେଁ ଏହି ଜନଶୁଣାଣିକୁ ନେଇ ସପକ୍ଷବାଦୀ ତଥା ବିପକ୍ଷବାଦୀମାନଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା ।

ଏ ସମସ୍ତ ଘଟଣାକୁ ନେଇ ପୋଲିସ ୪ଟି ଭିନ୍ନ ଭିନ୍ନ କେସ କରି ବିଧାୟକ ଜର୍ଜ ତିର୍କୀ ଏବଂ ତାଙ୍କ ସମର୍ଥକ ପାଷ୍ଟେଲ ମିଞ୍ଜ, ସୁଶିଲ ଲାକ୍ରା, ବିର୍ବଲ ଟପ୍ପୋ, କାରନେଲିଉସ କୁଜୁରଙ୍କ ସମେତ ଅନ୍ୟ ଅଜଣା ବ୍ୟକ୍ତିମାନଙ୍କ ନାମରେ ଦଫା – ୧୪୭, ୧୪୮, ୩୪୧, ୩୧୩, ୩୨୫, ୩୦୭, ୨୯୪, ୫୦୬, ୧୪୯, ୩୫୮, ୨୦୩, ୩୭୯ ଏବଂ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ସମେତ ୭ କ୍ରିମିନାଲ ଲ ଆମେଣ୍ଡମେଣ୍ଟ ଆକ୍ଟାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି ।

By amfnews

Related Post