Sat. Mar 7th, 2026

ଓସିଏ ନିର୍ବାଚନ : କଟକ ବଡ଼ମେଡିକାଲରୁ ଭୋଟ ଦେଲେ ଆଶୀର୍ବାଦ ବେହେରା

266 Views

କଟକ   :  ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ନିର୍ବାଚନ ନେଇ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଦାନ ଚାଲିବ । ଏହାପରେ ଭୋଟ ଗଣତି ହେବ । ପରେ ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ତେବେ ଏହି କ୍ରମରେ ମେଡିକାଲରୁ ଥାଇ ଭୋଟ୍ ଦେଇଛନ୍ତି ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା । ସିବିଆଇ ଦ୍ବାରା ଗିରଫ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଅଧିକ ଚିକିତ୍ସା ପାଇଁ ଗତକାଲିଠୁ ଏସସିବି ଅସ୍ଥିଶଲ୍ୟ ବିଭାଗର ଭର୍ତ୍ତି କରାଯାଇଛି। ଟ୍ରମା ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଆବଶ୍ୟକ ଚିକିତ୍ସା ଚାଲିଛି। ତେବେ ଆଜି ଓସିଏ ନିର୍ବାଚନ ଥିବା ବେଳେ ତାର ଠିକ୍ ଦିନକ ପୂର୍ବରୁ ଆଶୀର୍ବାଦ ଏସସିବିରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଅପର ପକ୍ଷରେ ପ୍ରଥମ ଥର ପାଇଁ ଗୋଟିଏ ଲେଖାଏଁ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍ ସଦସ୍ୟ ପାଇଁ କେନ୍ଦ୍ରାପଡାର ଶୁଭାଶିଷ୍ ସେନାପତି ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ଏବେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ପାଇଁ ୧୦ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ।

ସଭାପତି ପଦ ପାଇଁ ପ୍ରଦୀପ ଚୌହ୍ୱାନ ଓ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ପଦ ପାଇଁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଓ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ପାଇଁ ନବରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରା, ଯୁଗ୍ମ-ସମ୍ପାଦକ ପଦ ପାଇଁ ସୁଜିତ୍ କୁମାର ପ୍ରଧାନ ଓ ମେହେତାବ ଖାନ୍ ଏବଂ କୋଷାଧକ୍ଷ ପାଇଁ ଅନୀଲ କୁମାର ବିଶ୍ୱାଳ ଓ ବିକାଶ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା  ହେଉଛି । ମୋଟ୍ ୭୩ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେହିପରି ତିନି ଆନ୍ତର୍ଜାତିକ ଖେଳାଳି ଦେବାଶିଷ୍ ମହାନ୍ତି, ଶିବସୁନ୍ଦର ଦାସ ଓ ସଞ୍ଜୟ ରାଉଳ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

By amfnews

Related Post