Sat. Mar 7th, 2026

ଓଲିଉଡର ଏହି ଚାରି ନାୟିକା ଫେରିଲେ ତିନି ବର୍ଷପରେ

513 Views

କୋଏଲ୍‌:– ୨୦୧୫ରେ ମୁକ୍ତିଲାଭ କରିଥିବା ଆଶିକ ପରେ ଏବର୍ଷ ିତାଙ୍କୁ ଏ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦୀପୁ ଦ ଡ୍ୟାନ୍‌ସ ବୟ’ରେ ଦେଖିବାକୁ ମିଳିଛି। ଗତବର୍ଷ  ତାଙ୍କର କୌଣସି ସିନେମା ରିଲିଜ୍‌ ହୋଇ ନଥିଲା। ମନମୋର ପ୍ରଜାପତି,ତୁ ଥା ମୁଁ ଯାଉଛି ଋଷି,ତତେ ଭଲପାଏ ବୋଲି ,ଓମ୍‌ ସାଇରାମ୍‌,୧୪୩ ଆଇ ଲଭ ୟୁ, ଆଶିକ୍‌ ଓ ଆମେ ତ ଟୋକା ଷଣ୍ଢ ମାର୍କା ଭଳି ଓଡ଼ିଆ ସିନେମାର ନାୟିକା କୋଏଲ ବାନାର୍ଜୀ ୨୦୧୮ରେ  ଓଲିଉଡକୁ ଫେରିଛନ୍ତି।

ପୁନମ ମିଶ୍ର:-୨୦୧୫ରେ ମୁକ୍ତିଲାଭ କରିଥିଲା ପୁନମଙ୍କ ରକ୍‌ଷ୍ଟାର । ବାଇଶି ପାହାଚେ ଖେଳିବ ମୀନ,ଲଭ ମାଷ୍ଟର ଓ ରକ୍‌ଷ୍ଟାର ଆଦି ଓଡ଼ିଆ ସିନେମାରେ ନାୟିକା ଭୂମିକା ନିଭାଇଥିବା ପୁନମ୍‌ ବିଶ୍ର ବି ୨୦୧୮ରେ ପରଦାକୁ ଫେରିଛନ୍ତି। ୨୦୧୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଫୋର୍‌-ଇଡିଅଟ୍‌ସ’ରେ ଦେଖିବାକୁ ମିଳିଛି।

ଦେବସ୍ମିତା:- ୨୦୧୫ରେ ମୁକ୍ତିଲାଭ କରିଥିବା ‘ରଘୁପତି ରାଘବ ରାଜାରାମ’ରେ ଦେବସ୍ମିତା ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏଥିରେ ସେ ଦେବାଶିଷ ପାତ୍ରଙ୍କ ବିପକ୍ଷରେ ନାୟିକା ବନିଥିଲେ। ପ୍ରାୟ ତିନି ବର୍ଷପରେ ପୁଣି ୨୦୧୮ରେ ଦେବସ୍ମିତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଲା ଓଡ଼ିଆ ସିନେମା‘ଭାଇଜାନ୍‌’ରେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ବନିଥିଲେ ସୂରଜ କୁମାର।

ମେଘା ମହାନ୍ତି:- ୨୦୧୫ରେ ରିଲିଜ୍‌ ହୋଇଥିବା ‘ବିନ୍ଦାସ ରୋମିଓ’ରେ ନାୟିକା ଭୂମିକା ନିଭାଇଥିଲେ ମେଘା ମହାନ୍ତି। ସେ ପ୍ରାୟ ତିନି ବର୍ଷ ପରେ ୨୦୧୮ରେ ଓଲିଉଡକୁ କମ୍‌ବ୍ୟାକ୍‌ କରିଥିଲେ ମେଘା।ଏ ବର୍ଷ ତାଙ୍କ ଅଭିନୀତ ଫିଲ୍ମ ‘ଏକ୍ସ କ୍ୟୁଜ୍‌ ମି’ ରିଲିଜ୍‌ ହୋଇଛି। ଏଥିରେ ନବାଗତ ରୋନକ ଦାସଙ୍କ ବିପକ୍ଷରେ  ମେଘା ନାୟିକା ବନିଥିଲେ।

By amfnews

Related Post