Sat. Apr 19th, 2025

ଓବାମା, ବାଇଡେନ୍, ଗେଟ୍‌ସ୍‌, ବେଜୋସ୍‌, ମସ୍କ୍‌ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଟୁଇଟର୍ ଆକାଉଣ୍ଟ୍‌ ହ୍ୟାକ୍

By amfnews Jul 16, 2020 #Featured
153 Views

ନୂଆଦିଲ୍ଲୀ: ବିଶ୍ବର କେତେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସାମାଜିକ ନେଟ୍‌ୱାର୍କିଙ୍ଗ୍ ୱେବ୍‌ସାଇଟ୍ ଟ୍ବିଟର୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ହ୍ୟାକ୍‌ ହୋଇଥିବା ଆକାଉଣ୍ଟ୍‌ଗୁଡ଼ିକରେ ‘କ୍ରିପ୍ଟୋକରେନ୍ସି’ ବା ‘ଡିଜିଟାଲ୍’ (ବିଟ୍‌କଏନ୍) ମୁଦ୍ରା ପଠାଇବାକୁ ଫଲୋୟର୍ସମାନଙ୍କୁ ଉତ୍ସାହିତ କରି ବାର୍ତ୍ତା ଦିଆଯାଇଥିଲା।

ଆକାଉଣ୍ଟ୍‌ ହ୍ୟାକ୍ ହୋଇଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି- ବାରାକ୍ ଓବାମା, ଜୋ ବାଇଡେନ୍, ଜେଫ୍ ବେଜୋସ୍, ୱାରେନ୍ ବୁଫେ, ବିଲ୍ ଗେଟ୍‌ସ୍, ମାଇକ୍ ବ୍ଲୁମ୍‌ବର୍ଗ, ଏଲୋନ୍ ମସ୍କ୍‌, କେନି ୱେଷ୍ଟ୍‌ ଏବଂ ଅନ୍ୟମାନେ। ଉବେର୍ ଓ ଆପ୍ଲ୍‌ ଭଳି କର୍ପୋରେଟ୍ ଆକାଉଣ୍ଟ୍‌ ମଧ୍ୟ ଏଥିରୁ ବାଦ୍ ପଡ଼ି ନ ଥିଲା।

ଆକାଉଣ୍ଟ୍‌ ହ୍ୟାକ୍ ହେବା ପରେ ଏଥିରେ ଫେକ୍ ଟୁଇଟ୍ ଆସିଥିଲା- ବିଟ୍‌କଏନ୍ ଠିକଣାକୁ ପଠାଯାଉଥିବା ପ୍ରତି ୧୦୦୦ ଡଲାର୍ ପାଇଁ ୨୦୦୦ ଡଲାର୍ ଦିଆଯିବ। ଅର୍ଥାତ୍ ଯେତେ ବିଟ୍‌କଏନ୍ ଦାଖଲ କରିବେ, ତା’ର ଦୁଇଗୁଣା ପାଇବେ।

ଦୃଷ୍ଟାନ୍ତ ସ୍ବରୂପ ବାରାକ୍ ଓବାମାଙ୍କ ଟୁଇଟ୍‌କୁ ନିଆଯାଉ। ଓବାମା ଟୁଇଟ୍ କରିଥିଲେ (ଅର୍ଥାତ୍ ତାଙ୍କ ଆକାଉଣ୍ଟ୍‌ରେ ହ୍ୟାକର୍ ଟୁଇଟ୍ କରିଥିଲେ): କୋଭିଡ୍-୧୯ ଯୋଗୁଁ ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି! ମୋ ଠିକଣାକୁ ପଠାଯାଉଥିବା ସମସ୍ତ ବିଟ୍‌କଏନ୍‌ର ଦି’ଗୁଣା ଫେରସ୍ତ ଦିଆଯିବ। ଯଦି ଆପଣ ୧୦୦୦ ଡଲାର୍ ବିଟ୍‌କଏନ୍ ପଠାଇବେ, ଆପଣଙ୍କ ପାଖକୁ ୨୦୦୦ ଡଲାର ବିଟ୍‌କଏନ୍ ଫେରସ୍ତ ଦିଆଯିବ। ଏ ସୁଯୋଗ ମାତ୍ର ୩୦ ମିନିଟ୍ ପାଇଁ!

ତୁରନ୍ତ ଏହି ଟୁଇଟ୍ ପୋଷ୍ଟ୍‌ଗୁଡ଼ିକୁ ଡିଲିଟ୍‌ କରାଯାଇଥିଲେ ମଧ୍ୟ ହ୍ୟାକ୍‌ର୍‌ଙ୍କ କବଳରୁ ଆକାଉଣ୍ଟ୍‌ଗୁଡ଼ିକୁ ଉଦ୍ଧାର କରିବାକୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଏ ସଂକ୍ରାନ୍ତରେ ଟୁଇଟର୍ ଏକ ବିବୃତିରେ କହିଛି, ନିରାପତ୍ତାଜନିତ ତ୍ରୁଟିବିଚ୍ୟୁତି ଯୋଗୁଁ ଏ ଭଳି ହୋଇଥିବା କଥା ଆମେ ଜାଣିପାରିଛୁ। ଘଟଣାର ତଦନ୍ତ କରି ସମାଧାନ ପାଇଁ ପଦ‌କ୍ଷେପ ନେଉଛୁ। ଖୁବ୍ ଶୀଘ୍ର ଆମେ ସମସ୍ତଙ୍କୁ ସୂଚନା ଦେବୁ।

By amfnews

Related Post