141 Views
ଭୁବନେଶ୍ୱର, ଫେବୃଆରୀ 20 : ଆସନ୍ତାକାଲି ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲକଡାଉନ୍ ଜାରି କରାଯାଇଛି । ସେଠାରେ କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ପୁଣି ଲକଡାଉନ୍ ଜାରି କରାଯାଇଛି । ଏହାକୁ ଦେଖି ଏବେ ଓଡିଶାରେ ମଧ୍ୟ ନିୟମ କଡାକଡି କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ସତର୍କ କରାଇଛନ୍ତି।
ଭିଡ ଜାଗା ଯେପରିକି ମାର୍କେଟ, ଧର୍ମାନୁଷ୍ଠାନରେ ଭିଡ କମାଇବାକୁ କୁହାଯାଇଛି । ସବୁ ଜିଲ୍ଲାରେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ନିୟମ ଅନୁସାରେ ଯଥେଷ୍ଟ କରୋନା ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।