Wed. Jun 18th, 2025

ଓଡିଆ ଭାଷା ବିକାଶ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନ ଆନୁକୂଲ୍ୟରେ ବିଶ୍ୱମାନବ ଅଧିକାର ଦିବସ ପାଳିତ

By amfnews Dec 17, 2018 #Featured
300 Views

ରାଉରକେଲା, ୧୭ା୧୨  : ଓଡିଆ ଭାଷା ବିକାଶ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବି କୁଞ୍ଜ ବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀ ରାଉତ କହିଲେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ମୌଳିକ ଅଧିକାରକୁ ମାନବିକ ଅଧିକାର ଭାବେ ବିବେଚନା କରାଯାଏ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ସମାଜର ପ୍ରତ୍ୟେକ ବ୍ୟକ୍ତି ଦେଶର ସମ୍ପଦ । ସେମାନଙ୍କ ଅଧିକାରରୁ ବଞ୍ôଚତ କରିବା ଅର୍ଥ ମାନବିକ ମୂଲ୍ୟବୋଧର ହତ୍ୟା କରିବା । ବର୍ତ୍ତମାନ ଖାଦ୍ୟ, ବସ୍ତ୍ର, ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ, ଜାତିଗତ, ଜାତୀୟତା ଓ ଶିଶୁ ଅଧିକାରଗୁଡିକ ମାନବିକ ଅଧିକାରରେ ସାମିଲ୍ ରହିଛି । ଏଥିରୁ ସେମାନଙ୍କୁ ବଞ୍ôଚତ କରାଯିବା ଉଚିତ୍ ନୁହେଁ ।

ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ର ଆଶୁତୋଷ ନାହାକ ଓ ଛାତ୍ରୀ ତମନ୍ନା ରାଉତ ମାନବିକ ଅଧିକାର ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ । ଏହି ଅବସରରେ ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମର ସଠିକ୍ ଉତ୍ତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ରାୟ, ଅଞ୍ଜନା ନାୟକ, ଶାନ୍ତି ମିଶ୍ର, ସ୍ୱାତୀସୁଚରିତା ସାହୁ, କଳ୍ପନା ସୂତାର, ଅର୍ଚ୍ଚନା ପାଇକରାୟ, ବିମଳ ମନ୍ତ୍ରୀ, ବିପିନ ବିହାରୀ ସାମନ୍ତସିଂହାର, ଅକ୍ଷୟ କୁମାର ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଶ୍ରୀମତୀ ବାରିକ ଧନ୍ୟବାଦ ଦେଇଥିଲେ ।

By amfnews

Related Post