Thu. Jan 23rd, 2025

ଓଡି ଆ ଜାତୀୟ ସମ୍ମିଳନୀର କାର୍ଯ୍ୟକାରଣୀ ବୈଠକ

707 Views

ଢେଙ୍କାନାଳ: ସ୍ଥାନୀୟ ଦଧିବାମନ ମଠ ପ୍ରାଙ୍ଗଣରେ ଓଡ଼ିଆ ଜାତୀୟ ସମ୍ମିଳନୀ ଢେଙ୍କାନାଳ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିନାୟକ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠାନର ଉପଦେଷ୍ଠା ଭିକାରୀ ଚରଣ ରାଉତ, ଓଡ଼ିଆ ସାହିତ୍ୟ ଏକାଡେମୀର ସଦସ୍ୟ ମନୋରଂଜନ ନନ୍ଦ, ଉପସଭାପତି କବି ବାହାଦୂର ପାଟ୍ଟସାହାଣୀ, ଯୁଗ୍ମ ସଂପାଦକ ଜେନାମଣୀ ଦିଲ୍ଲିପ କୁମାର ରାୟ,  ଗତ ୧୦ ତାରିଖରେ ଭୂବନେଶ୍ୱରଠାରେ କେନ୍ଦ୍ରୀୟ କମିଟର ନିଷ୍ପତି ତଥା ଆଲୋଚନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ଢେଙ୍କାନାଳ ଶାଖାର ବିଭିନ୍ନ କାର୍ଯ୍ୟକ୍ରମ ଯଥା  ଢେଙ୍କାନାଳ ସହରରେ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ନାମ ଫଳକ ଲେଖିବା, ଓଡ଼ିଶା ଭାଷାର ବ୍ୟାପକ ପ୍ରୟୋଗ ତଥା ସୁରକ୍ଷା ସମ୍ପର୍କରେ ପ୍ରଚାର ପ୍ରସାର କରିବା, ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେଉଛି କି ନାହିଁ ତଦାରଖ କରିବା, ନାରୀ ସୁରକ୍ଷା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବା, ନାରୀ ନିର୍ଯ୍ୟାତନା, ନାବାଳିକା, ଦୁଷ୍କର୍ମ ରୋକିବା ଦିଗରେ ଜନସଚେତନ ଜାଗ୍ରତ କରିବା,  ବୃକ୍ଷରୋପଣ  ତଥା ପରିବେଶ ସୁରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଢେଙ୍କାନାଳ ଜିଲ୍ଲା ଶାଖାର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ରୀୟ କମିଟିକୁ ଅବଗତ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ବାରମ୍ବାର ବୈଠକ ଡାକି ପ୍ରସ୍ତାବିତ କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ସ୍ଥିର କରାଗଲା । କବି କୁଞ୍ଜ ବିହାରୀ ସାହୁ ଓଡ଼ିଆ ଭାଷା  ସୁରକ୍ଷା ସମ୍ପର୍କୀତ ଏକ କବିତା ପାଠ  କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ କମଳ କୁମାର ମିଶ୍ର ଧନ୍ୟବାଦ ନେଇଥିଲେ ।

Related Post