Sat. Mar 7th, 2026

ଓଡ଼ିଶାରେ ବ୍ୟାନ୍‌ ହେଲା ପ୍ଲାଷ୍ଟିକ ବ୍ୟବହାର

388 Views

ଭୁବନେଶ୍ୱର, ଜୁଲାଇ ୧୦ : ତମାଖୁ ଉପରେ କଟକଣା ଲଗାଇବା ପରେ ରାଜ୍ୟ ସରକାରଙ୍କ ନଜର ଏବେ ପ୍ଲାଷ୍ଟିକ ଉପରେ। ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ୫ଟି  ମହାନଗରରେ ଏହା କାର୍ଯ୍ୟକାରୀ ହେବ ଏବଂ  ଆସନ୍ତା ଦୁଇ ବର୍ଷ ଭିତରେ ରାଜ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଓଡିଶାର ଗ୍ରାମ ଗୁଡିକର ବିକାଶ କ୍ଷେତ୍ରରେ ସିଧା ସଳଖ ଯୋଡି ହେବା ପାଇଁ ‘ଆମ ଗାଁ ଆମ ବିକାଶ’କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ‘ଆମ ମୁଖ୍ୟମନ୍ତ୍ରୀ, ଆମ କଥା’ ନାମରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧା ସଳଖ ଯୋଡି ହୋଇପାରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପଲିଥିନ ଉପରେ କଟକଣା ଲଗାଯାଇଥିବା ବେଳେ ରାଜ୍ୟବାସୀଙ୍କୁ ପଲିଥିନ ବ୍ୟବହାର ନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ପୁରୀକୁ ପ୍ଲାଷ୍ଟିକ ମୁକ୍ତ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଧିରେ ଧିରେ ଦୁଇ ବର୍ଷ ଭିତରେ ପୁରା ଓଡିଶା ପ୍ଲାଷ୍ଟିକ ମୁକ୍ତ ହେବ ବୋଲି ନବୀନ ମତ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ପରିବେଶର ସୁରକ୍ଷା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବାକୁ ନବୀନ ରାଜ୍ୟବାସୀଙ୍କୁ ନିବଦେନ କରିଛନ୍ତି ।

Related Post