Tue. Nov 5th, 2024

ଓଡ଼ିଶାରେ ଗଡିବ ପାରେ ମେଟ୍ରୋ ଟ୍ରେନ, ବଜେଟକୁ ନେଇ ଉଜ୍ଜ୍ୱଳ ହେଲା ଆଶା

By amfnews Jul 5, 2019 #Featured
97 Views

ଭୁବନେଶ୍ୱର: ବାସ୍ତବତାର ରୂପ ନେବ କି ଟ୍ୱିନସିଟି କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ | କେନ୍ଦ୍ର ସରକାର ଏଥିପାଇଁ ଯୋଜନା କରିବେ କି ? କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମେଟ୍ରୋ ଟ୍ରେନ ଯୋଜନାକୁ ନେଇ କହିବା ପରେ ଏବେ ଆଶା ଉଜ୍ଜ୍ୱଳ ହୋଇଛି | କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ ଗଡ଼ିବାର ସ୍ବପ୍ନ ଦେଖାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ | ୧୬ ତମ ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ କହିଥିଲେ ଯେ ରାଜ୍ୟ ସରକାର ଦୁଇଟି ଐତିହସମ୍ପନ୍ନ ସହର ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ କରାଇବାର ପ୍ରୟାସ କରିବେ |

ଆଜି ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ କହିଥିଲେ ଯେ ୨୦୧୯-୨୦ ବଜେଟରେ ୩୦୦କିଲୋମିଟର ମେଟ୍ରୋ ରେଳ ପରିଯୋଜନାକୁ ମଞ୍ଜୁରୀ ଦିଆଯାଇଛି | ସେହିପରି ଏହି ଆର୍ଥିକ ବର୍ଷରେ ୬୫୭ କିଲୋମିଟରର ନୂଆ ମେଟ୍ରୋ ରେଳ ନେଟୱାର୍କ ସଂଚାଳନ କରିବା ଆରମ୍ଭ କରାଯିବ | ତେବେ ନୂଆ ମେଟ୍ରୋ ରେଳ ବ୍ୟବସ୍ଥା କେଉଁଠାରେ କରାଯିବ ତାହା ସେ ବିସ୍ତୃତ ଭାବେ କହିନାଁହାନ୍ତି |

ସେହିପରି ଭାରତ ସରକାର ପ୍ରଥମ ଥର ପ୍ରାଇଭେଟ ବା ବେସରକାରୀ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଯାଉଛନ୍ତି | ପର୍ଯ୍ୟଟନର ସୁଯୋଗ ଥିବା ରୁଟରେ ୨ଟି ଟ୍ରେନ ଆଇଏସଆରଟିସିକୁ ପରିଚାଳନା ପାଇଁ ଦିଆଯିବ | ଏହି ଟ୍ରେନ ମାଧ୍ୟମରେ ଯାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ଦିଆଯିବାକୁ ପ୍ରୟାସ କରାଯିବ |

By amfnews

Related Post