173 Views
ଭୁବନେଶ୍ବର, ଅକ୍ଟୋବର ୨୦ : ବସ୍ ଦୁ ର୍ଘଟଣା ଯୋଗୁଁ ଓଜେଇଇ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୨୨ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ହେବ ବୋଲି ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିପାଇଁ ପରୀକ୍ଷାର୍ଥୀ ସମ୍ପୃକ୍ତ ଜିଲ୍ଲାର ନୋଡାଲ ଅଫିସରଙ୍କ ମୋବାଇଲ୍ ନମ୍ବର ୮୭୬୩୬୮୭୮୪୮ରେ ଯୋଗାଯୋଗ କରିବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୫ରେ ଗଜପତି ଜିଲ୍ଲାର ୪୫ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷ ଦେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାକୁଖୋଳା ଗାଁରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିଛି ପିଲା ଆହତ ହୋଇଥିଲେ ।
ଫଳରେ ସେମାନେ ପରୀକ୍ଷା ଦେଇ ପାରିନଥିଲେ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଚିଠିଲେଖି ସ୍ୱତନ୍ତ୍ର ପରୀକ୍ଷା କରାଇବା ପାଇଁ ନିବେଦନ କରିଥିଲେ । ଓଜେଇଇ ଅଧ୍ୟକ୍ଷ ଏହାକୁ ଗ୍ରହଣ କରିବା ସହ ପୁଣି ଥରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି ।