Sat. Mar 7th, 2026

ଓକିଲ ସଂଘର ସ୍ମାରକପତ୍ର ପ୍ରଦାନ

231 Views

ରାଉରକେଲା, ୫ ।୮  : ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ସଂଘ ସଦସ୍ୟ ତଥା କାର୍ଯ୍ୟରତ ଓକିଲ ସନ୍ଦୀପ ନାୟକଙ୍କ ହତ୍ୟା ଘଟଣାରେ ଅପରାଧୀକୁ ଗିରଫ ଦାବି ଓ ପୁଲିସର ଅବହେଳାକୁ ବିରୋଧ କରି ରାଉରକେଲା ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ମୋନୀଷା ବାର୍ନାଜୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କଟକ ସିଡିଏରେ ପରିବାର ରହନ୍ତି ଆଇନଜୀବୀ ସନ୍ଦୀପ ନାୟକ ।

ଗତ ଜୁଲାଇ ୨୮ ତାରିଖରୁ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ମର୍କତନଗର ଥାନାରେ ଏକ ଅଭିଯୋଗ କରିଥିଲେ । ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଥିବା ବେଳେ ସନ୍ଦୀପଙ୍କ ମୃତ ଦେହ ପାଇଥିଲା । ଆଇନଜୀବୀ ସନ୍ଦୀପଙ୍କୁ କୌଣସି ଦୁର୍ବୁତ୍ତ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଉକ୍ତ ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ତତ୍ପରତା ଦେଖାଉନଥିବା ପ୍ରତିବାଦରେ ରାଉରକେଲା ଓକିଲ ସଂଘ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ପରେ ପୁଲିସ ପ୍ରଶାସନ ଓ ଆଇନଜୀବୀଙ୍କ ମିଳିତ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ୱର୍ଗତ ନାୟକଙ୍କୁ ନ୍ୟାୟ ପ୍ରଦାନ କରାଯାଇ ପାରିବ ସେ ନେଇ ଓକିଲ ସଂଘ ପକ୍ଷରୁ ଦାବି କରାଯାଇଥିଲା ।

ଏଥିରେ ସଂଘ ସଭାପତି ସତ୍ୟପଦ ଶର୍ମା, ବରିଷ୍ଠ ଆଇନଜୀବୀ ରମେଶ ବଳ, ସମ୍ପାଦକ ଅକ୍ଷୟ ସାହୁ, ଶଙ୍କର ନାରାୟଣ ପ୍ରଧାନ, ମାନସ ପଣ୍ଡା, ପ୍ରମୋଦ ଦେବତା, ଗୁରୁ ଚରଣ ମହାପାତ୍ର, ସଦାନନ୍ଦ ସାହୁ, ସନ୍ତୋଷ ତ୍ରିପାଠୀ, ଇର୍ସାଦ ଖାନ, ବନିତା ସାହୁ, ରଶ୍ମି ମାରାଣ୍ଡି, କ୍ଷୀରୋଦ ମହାରଣାଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

By amfnews

Related Post