Fri. Dec 27th, 2024

ଓକିଲ ସଂଘର ରାଉରକେଲା ବନ୍ଦ ଡାକରା

By amfnews Nov 20, 2018 #Featured
111 Views

ରାଉରକେଲା, ୨୦ା୧୧ : ରାଉରକେଲାକୁ ସ୍ୱତନ୍ତ୍ର ଜିଲା ଓ ସହରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସଂଘ ପକ୍ଷରୁ ଆସନ୍ତା ୨୭ ତାରିଖରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ସଂଘ କାର୍ଯ୍ୟାଳୟରେ ବହୁ ଆଇନଜୀବୀ ଉପସ୍ଥିତ ରହି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିରେ ସଂଘ ସଭାପତି ସତ୍ୟପଦ ଶର୍ମା, ପୂର୍ବତନ ସଭାପତି ରମେଶ ବଳ, ଅକ୍ଷୟ ଦାସ, ମୁନା ସାହୁ, ନିହାର ରଞ୍ଜନ ସିଂ, ଗାର୍ଗୀ ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ । ଏହି ବନ୍ଦ ଡାକରାକୁ ସମସ୍ତ ସହରବାସୀ ସମର୍ଥନ କରିବେ ବୋଲି ସଂଘ ଆଶା କରିଥିବା ଜଣାପଡ଼ିଛି ।

By amfnews

Related Post