Thu. Dec 26th, 2024

ଓକିଲ ସଂଘର ନିର୍ବାଚନ ୨୧ରେ : ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ ପତ୍ର ଦାଖଲ

By amfnews Dec 13, 2018 #Featured
230 Views

ରାଉରକେଲା, ୧୩ା୧୨ : ଚଳିତ ମାସ ୨୧ ତାରିଖ ଦିନ ରାଉରକେଲା ଓକିଲ ସଂଘର ୨୦୧୯ ବର୍ଷ ନିମନ୍ତେ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ନାମାଙ୍କନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ସଭାପତି ପଦବୀ ପାଇଁ ପ୍ରଦୀପ ମିଶ୍ର, ରମେଶ ବଳ ଓ ସତ୍ୟପଦ ଶର୍ମା ପ୍ରତିଦ୍ୱନ୍ଦ୍ୱିତା କରିୁଥିବା ବେଳେ ଉପସଭାପତି ପଦବୀ ପାଇଁ ଆରତୀ ଚୌଧୁରୀ, ଚାନ୍ଦମଣି ଦାସ, ଏମ୍. ମଲେଶ୍ୱର, ନରେଶ ଚନ୍ଦ୍ର ବେହେରା, ରଙ୍ଗବାହାଦୁର ବାଗ, ସୁଶାନ୍ତ କୁମାର ଦାଶ ଓ ସୁଶାନ୍ତ ନାୟକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ସେହିପରି ସମ୍ପାଦକ ପଦବୀ ପାଇଁ ଅକ୍ଷୟ କୁମାର ସାହୁ, ରାଜ କିଶୋର ପ୍ରଧାନ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କୋଷାଧ୍ୟକ୍ଷ ପାଇଁ ଅନସୂୟା ପଣ୍ଡା, ଶ୍ରୀନିବାସ ପଣ୍ଡା ଓ ଉପେନ୍ଦ୍ର ବଘାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନୁରୂପ ଭାବେ ଏଏସ୍ଏମ୍ ଫଣ୍ଡ ସମ୍ପାଦକ ପଦବୀ ପାଇଁ ଚାନ୍ଦମଣି ଦାଶ ଓ ମାଧବୀ ଝା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଲାଇବ୍ରେରୀ ସ୍ୱତନ୍ତ୍ର ଦାୟିତ୍ୱର ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଦେବାନନ୍ଦ ତନ୍ତୀ, କିର୍ସନ କେରାଇ ଓ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରିବେ ।

୩୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ପେଷାରେ ଥିବା ଆଇନ୍ଜୀବୀ କାର୍ଯ୍ୟକାରିଣୀ କମିଟି ସଭ୍ୟ ପଦବୀ ପାଇଁ ମାନଦଣ୍ଡ ରହିଥିବା ବେଳେ ୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ପେଷାରେ ଥିବା ଆଇନ୍ଜୀବୀ ଭୀମବାହାଦୁର ସିଂ ପତି ଓ ବିଜୟ କୁମାର ଦାସ, ୧୦ ବର୍ଷରୁ ଊଦ୍ଧ୍ୱର୍ ସମୟ ପେଷାରେ ଥିବା ଆଇନ୍ଜୀବୀ ମନୋରଞ୍ଜନ ବାରିକ ଏବଂ ୭ ବର୍ଷରୁ ଊଦ୍ଧ୍ୱର୍ ସମୟ ପେଷାରେ ଥିବା ଆଇନ୍ଜୀବୀ ଆନନ୍ଦ କୁମାର ଅଗ୍ରୱାଲ, ଭରତ ଭୂଷଣ ପାଣ୍ଡେ, ପଦ୍ମିନୀ ଦାଶ, ଶ୍ରୀକାନ୍ତ ସାହୁ ଓ ତୁଷାରକାନ୍ତ ନାଏକ ପ୍ରମୁଖଙ୍କ ସମେତ ୨ ଜଣ ମହିଳା ଆଇନ୍ଜୀବୀ ଏହି ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଅନସୂୟା ପଣ୍ଡା, ଅନ୍ନପୂର୍ଣ୍ଣା କୁମ୍ଭାର, ରଶ୍ମି ମାରାଣ୍ଡି ଓ ସୌଦାମିନି ଜେନା କାର୍ଯ୍ୟକାରିଣୀ କମିଟି ସଭ୍ୟ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି ।

୨୦୧୯ ବର୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଏହି ନିର୍ବାଚନ ପରିଚାଳନା ନିମନ୍ତେ ବରିଷ୍ଠ ଆଇନ୍ଜୀବୀ ଏମ୍ଡି ରଫିକଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି ।

By amfnews

Related Post