Sun. Dec 29th, 2024

ଓକିଲ ସଂଘ ସଭାପତିଙ୍କୁ ଧମକ ଚିଠ

By amfnews Dec 2, 2018 #Featured
155 Views

ରାଉରକେଲା, ୨ା୧୨  : ରାଉରକେଲା ଓକିଲ ସଂଘ ସଭାପତି ସତ୍ୟ ଶର୍ମାଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି । ଏହି ଚିଠିରେ ଶ୍ରୀ ଶର୍ମା ସୁନ୍ଦରଗଡ଼ ଜିଲ୍ଲାକୁ ବିଭାଜନ କରିବା ଉଦ୍ୟମରୁ ନିବୃତ୍ତ ରହିବାକୁ ଧମକ ଦିଆଯାଇଛି । ଏ ନେଇ ଶ୍ରୀ ଶର୍ମା ଉଦିତନଗର ଥାନାରେ ଏତଲା ଦେଇଛନ୍ତି । କେହି ଜଣେ ସୁନ୍ଦରଗଡ଼ ନାଗରିକ ମଞ୍ଚର ଏହି ଧମକପୂର୍ଣ୍ଣ ଚିଠି ଦେଇଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।

ଏହି ଚିଠି ଅନୁଯାୟୀ, ସୁନ୍ଦରଗଡ଼କୁ ବିଭାଜନ ନ କରିବା ଓ ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରୁ ନିବୃତ୍ତ ରୁୁହନ୍ତୁ ନଚେତ ଆଗାମୀ ଦିନରେ ଏହାର ପରିଣାମ ଭୟଙ୍କର ହେବ ବୋଲି ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ଦୁଇଦିନ ପୂର୍ବେ ରାଉରକେଲା ଓକିଲ ସଂଘ ପକ୍ଷରୁ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଓ ରାଉରକେଲାକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଥିଲା ।

By amfnews

Related Post