Sat. Mar 7th, 2026

ଓଆରଏଚଡିସି ଦୁର୍ନୀତି ମାମଲା: ଆଇଏଏସ ବିନୋଦ କୁମାରଙ୍କ ସହିତ ୬ ଜଣଙ୍କୁ ୩ ବର୍ଷ କାରାଦଣ୍ଡ

283 Views

ଭୁବନେଶ୍ୱର: ଓଆରଏଚଡିସି ଦୁର୍ନୀତି ମାମଲାର ଶୁଣାଣି କରି ଆଜି ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏତଦ୍‌ବ୍ୟତୀତ ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ ଯେ ଆଇଏଏସ ଅଧିକାରୀ ବିନୋଦ କୁମାର ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ଅନୁଚିତ ଅନୁକମ୍ପା ଦେଖାଇ ଋଣଦେବା ସହିତ ଏଥିରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ଏହି ମାମଲାରେ ପୂର୍ବରୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଇଏଏସ ବିନୋଦ କୁମାରଙ୍କ ସହିତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସେମାନଙ୍କ ବିରୋଧରେ ଦଣ୍ଡାଦେଶ ହୋଇଛି।

By amfnews

Related Post