Sat. Jan 11th, 2025

ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଓଡ଼ିଶୀ ନୃତ୍ୟାଭିନୟ “”କିରୱାନୀ ମଧୁରିମା ଓ ମାଟିି”

By amfnews Sep 12, 2018 #Featured
352 Views

ଭୁବନେଶ୍ୱର : ସୃଜନ ଦ୍ୱାରା ଆୟୋଜିତ ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା । ଏହି ଉତ୍ସବର ମୂଳ ଉର୍ଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ତାହାକୁ କିପରି ଲୋକଲୋଚନକୁ ଆଣିବା । ୧୯୯୫ ମସିହାରୁ ପ୍ରତିବର୍ଷ ଓଡ଼ିଶାରେ ନୃତ୍ୟ, ସଙ୍ଗୀତ, ମଞ୍ଚ ଏବଂ ସିନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି ପ୍ରତ୍ୟେକ ବର୍ଷ ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ଶୀ ସଙ୍ଗୀତ ପାଇଁ ଚାରିଜଣ ଯୁବ କଳାକାରଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ ।

ଏହି ବର୍ଷ ନାଟ୍ୟ ଜଗତର ସୁନାମଧ୍ୟନ୍ୟ ବ୍ୟକ୍ତି ଡ଼. ସଚୀ ଦାସ ଓ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୮ ଏବଂ ଓଡ଼ିଶୀ ନୃତ୍ୟରେ ସୋନାଲୀ ମହାପାତ୍ର ଓ ସୁବିକାଶ ମୁଖର୍ଜୀ ଏବଂ କଥକ ନୃତ୍ୟରେ ସ୍ୱାତି ସିହ୍ନା ଓ ଓଡ଼ିଶୀ ସଙ୍ଗୀତରେ ରୋହନ ସୁରେଶ ଢାଲେଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୧୮ ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଉଦଯାପନୀ ସଂଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ କର୍ମ ଜୀବନିକୁ ନେଇ ପୁସ୍ତକ ଡ଼୍ୟାନସିଂ ଇନଟୁ ଇଟରନିଟିକୁ ଅତିଥିମାନଙ୍କ ଦ୍ୱାରା ଉନ୍ମଚନ କରାଯାଇଥିଲା ଯାହାକୁ ପ୍ରକାଶିତ କରିଥିଲେ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ।

ଅନ୍ତିମ ସଂଧ୍ୟାରେ ସୃଜନର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଓଡ଼ିଶୀକୁ ନୂତନ ଭାବରେ ସଂସ୍ଥାପିତ ପୁରାତନ ବା ଶାସ୍ତ୍ରୀୟ ନୃତ୍ୟ କିରୱାନୀ ମଧୁରିମା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ଗୀତ ଅନୁବାଦ କରିଥିଲେ ନିତ୍ୟାନନ୍ଦ ମିଶ୍ର । ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତି ଥିଲା ଓଡ଼ିଶୀ ନୃତ୍ୟାଭିନୟ ମାଟି ଯାହା ପ୍ରସିଦ୍ଧ ଓଡ଼ିଆ କବି ରାଧା ମୋହନ ଗଡ଼ନାୟକଙ୍କ କବିତାରୁ ଉଦ୍ଧୃତ । ଗୁରୁ ରତିକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମଟିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀ ଲକ୍ଷ୍ମୀକାନ୍ତ ପାଳିତ ସଙ୍ଗୀତ ସଂଯୋଜନା ସହିତ ଜୟଦେବ ଦାସଙ୍କ ଦ୍ୱାରା ଆଲେଖ୍ୟ ଏବଂ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଗୀତ ରଚନା କରାଯାଇଥିଲା । ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୁନ୍ଦର ଓ ଚମକ୍ରାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ସିନେ ତାରକା ଶ୍ରୀମତୀ ହେମାମାଳିନୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର ।

By amfnews

Related Post