Sat. Nov 23rd, 2024

ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ବ୍ୟାନ୍‌ ହେଲା ସମସ୍ତ ଭାରତୀୟ ସିନେମା

By amfnews Feb 27, 2019 #Featured
240 Views

ଇସ୍‌ଲାମବାଦ୍‌: ନିୟନ୍ତ୍ରଣ ରେଖା ପାର୍‌ କରି ଗତକାଲି ଭାରତ ପାକିସ୍ତାନରେ ଦ୍ୱିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ପରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ସମସ୍ତ ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ବ୍ୟାନ୍‌ କରି ଦେଇଛନ୍ତି। ଦେଶରେ କୌଣସି ଭାରତୀୟ ଚଳଚ୍ଚିତ୍ର ରିଲିଜ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

ଫଓ୍ଵାଦ ଚୌଧୁରୀ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଟୁଇଟ୍‌ କରି ଲେଖିଛନ୍ତି ଯେ ‘ସିନେମା ପ୍ରଦର୍ଶନୀ ଆସୋସିଏସନ୍‌ ଭାରତୀୟ ସିନେମାକୁ ବାୟକଟ୍‌ କରୁଛି। ଏବେ କୌଣସି ବି ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ରିଲିଜ୍‌ କରାଯିବ ନାହିଁ। ଏଥିସହିତ ପିଇଏମ୍‌ଆର୍‌ଏକୁ ଭାରତୀୟ ବିଜ୍ଞାପନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚୀତ କରାଯାଇଛି।’

Ch Fawad Hussain

@fawadchaudhry

Cinema Exhibitors Association has boycotted Indian content, no Indian Movie ll be released in Pakistan. Also have instructed PEMRA to act against Made in India Advertisements.

Prince Waseem@Waseem_Fida911

#ShutUpCowardIndia
سوشل میڈیا پہ مجاہد بننے والوں کی خدمت میں عرض ہے کہ جنگ لڑنے بارڈر بیشک نا جاو۔ بس انڈین فلمیں اور گانے دیکھنا بند کرو۔ یہ بھی انڈیا کو منہ توڑ جواب ہے۔
اور حکومت سے بھی درخواست ہے کہ اس پر پابندی عائد کر دیں۔@Faisal_Kp01 @Mkhani79 @fawadchaudhry @EParray

View image on Twitter
5,248 people are talking about this
‘ଗତକାଲି ହୋଇଥିବା ଏହାର୍‌ ଷ୍ଟାଇକ୍‌ ନିୟନ୍ତ୍ରଣ ରେଖାର ନୀତି ଉଲଘଂନ କରିଛି। ଏହା ଏକ ଗଭୀର ‘ଆକ୍ରମଣାତ୍ମାକ କାର୍ଯ୍ୟ’ ଥିଲା। ପ୍ରତିଶୋଧ ନେବା ଓ ଆତ୍ମ ସୁରକ୍ଷାର ଅଧିକାର ଆମ ନିକଟରେ ବି ଅଛି’ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୱାରେସି କହିଥିଲେ।

ସେହିପରି ଉଚିତ ସମୟ, ଉଚିତ ସ୍ଥାନ ଦେଖି ପାକିସ୍ତାନ ଉଚିତ ଜବାବ ଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ କ୍ଷୋଭ ପ୍ରକାଶ କରି କହିଥିବା ଶୁଣିବାକୁ ମିଳିଛି।

By amfnews

Related Post