Sat. Mar 7th, 2026

ଏୟାର୍‌ ଇଣ୍ଡିଆ ସର୍ଭର ଗଡ଼ବଡ଼: ଆଜି ବି ବିଳମ୍ବରେ ଉଡ଼ାଣ ଭରିବେ ୧୩୭ ବିମାନ

226 Views

ନୂଆଦିଲ୍ଲୀ: ଶନିବାର ସକାଳୁ ଏୟାର୍‌ ଇଣ୍ଡିଆର ସର୍ଭରରେ ଗଡ଼ବଡ଼ ଦେଖା ଦେବା ପରେ ଗତକାଲି ବିମାନ ଚଳାଚଳ ଉପରେ ବିଶେଷ ପ୍ରଭାବ ପଡ଼ିଥିଲା। ଜାଣିବାକୁ ମିଳିଛି ଯେ ଏହି ସମସ୍ୟା ଆଜି ମଧ୍ୟ ରହିଛି। ବିମାନର ପାସେଞ୍ଜର୍‌ ସର୍ଭିସ ସିଷ୍ଟମ୍‌(ପିଏସ୍‌ଏସ୍‌) ସଫ୍ଟଓୟାରରେ ତ୍ରୁଟି ଦେଖା ଦେବା ପରେ ଗତକାଲି ଉପୁଜିଥିବା ସମସ୍ୟା ହେତୁ ୧୫୫ ବିମାନ ଚଳାଚଳ ବିଳମ୍ବିତ ହୋଇଥିବା ବେଳେ ଆଜି ୧୩୭ ବିମାନ ଚଳାଚଳ ବିଳମ୍ବ ହେବ ବୋଲି ସୂଚନା ରହିଛି। ବିମାନଗୁଡ଼ିକ ନିଜ ଉଡ଼ାଣ ସମୟରୁ ପ୍ରାୟ ୧୯୭ ମିନିଟ୍‌ ବିଳମ୍ବରେ ଉଡ଼ାଣ ଭରିବେ ବୋଲି ଏୟାର୍‌ଲାଇନ୍‌ର ମୁଖପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଶନିବାର ସକାଳୁ ଏୟାର୍‌ ଇଣ୍ଡିଆର ସର୍ଭରରେ ଗଡ଼ବଡ଼ ଦେଖା ଦେଇଥିଲା। ବିମାନର ପାସେଞ୍ଜର୍‌ ସର୍ଭିସ ସିଷ୍ଟମ୍‌(ପିଏସ୍‌ଏସ୍‌) ସଫ୍ଟଓୟାରରେ ତ୍ରୁଟି ଦେଖା ଦେବା ପରେ ବିଶ୍ୱର କୋଣଅନୁକୋଣର ଯାତ୍ରୀ ପ୍ରାୟ ୪ ଘଣ୍ଟା କାଳ ଅପେକ୍ଷା କରି ବସି ରହିଥିଲେ। ଶୁକ୍ରବାର ରାତି ୩.୩୦ରୁ ୮.୩୦ ପର୍ଯ୍ୟନ୍ତ ବିମାନବନ୍ଦରର ଚେକ୍‌-ଇନ୍‌ ବ୍ୟାଗେଜ୍‌ ଏବଂ ରିଜର୍ବେସନ କାମ କରି ନ ଥିଲା। ଫଳରେ ବିମାନଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ଯାତ୍ରା କରି ପାରି ନ ଥିଲେ। ଏହି କାରଣରୁୁ ରାତି ୮.୩୦ ଭିତରେ ସମୁଦାୟ ୧୫୫ଟି ବିମାନ ବିଳମ୍ବରେ ଉଡ଼ାଣ ଭରିଭରିଥିଲେ। ତେବେ, ୧୮ଟି ବିମାନ ରି-ସିଡ୍ୟୁଲ୍‌ ବି ହୋଇଥିଲା।

By amfnews

Related Post