Sun. Nov 24th, 2024

ଏୟାର ଫୋର୍ସ ଯେକୌଣସି ସମୟରେ ସଠିକ ଜବାବ ଦେବାକୁ ପ୍ରସ୍ତୁତ ଅଛି: ଧନୋଆ

By amfnews Feb 17, 2019 #Featured
237 Views

ପୋଖରାନ, ଫେବୃୟାରୀ ୧୭ : ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ଅହମଦ’ ଦ୍ୱାରା ଗୁରୁବାର କରାଯାଇଥିବା ପୁଲୱାମା ଆକ୍ରମଣର ଜବାବର ବିକଳ୍ପ ଉପରେ ଭାରତର ସୈନ୍ୟ ପ୍ରତିଷ୍ଠାନ ବିଚାର କରୁଥିବା ବେଳେ ବାୟୁସେନା ମୁଖ୍ୟ ମାର୍ଶଲ ଏସ ଧନୋଆ ଶନିବାର କହିଛନ୍ତି, ବାୟୁସେନା ଦେଶର ରାଜନୈତିକ ନେତୃତ୍ୱ ଦ୍ୱାରା ଦିଆଯାଇଥିବା ଦାୟିତ୍ୱ ‘ଉପଯୁକ୍ତ ଜବାବ’ ଦେବାକୁ ସବୁବେଳେ ପ୍ରସ୍ତୁତ । ସେ କହିଛନ୍ତି ଏଠାରେ ରାତି-ଦିନ ବିଶାଳ ସୈନ୍ୟ ଅଭ୍ୟାସ ‘ବାୟୁଶକ୍ତି’ର ଉଦଘାଟନ ଅବସରରେ ପରୋକ୍ଷରେ ପାକିସ୍ତାନ ଦ୍ୱାରା ପରିଚାଳିତ ଆତଙ୍କବାଦୀ ଗତିବିଧି ଉପରେ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ସ୍ଥଳସେନା ପ୍ରମୁଖ ଜେନେରାଲ ବିପିନ ରାଓତ ଏବଂ ବିଭିନ୍ନ ଦେଶର ରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଧନୋଆ କହିଛନ୍ତି, ରାଜନୈତିକ ନେତୃତ୍ୱ ଆମକୁ ଯାହାବି ଦାୟିତ୍ୱ ଦେଇଛି, ତାକୁ ଠିକ ସମୟରେ ଉପଯୁକ୍ତ ଜବାବ ଦେବାକୁ ପ୍ରସ୍ତୁତ ଅଛି । ଆମେ ଲକ୍ଷ୍ୟକୁ ଠିକ ସ୍ଥାନରେ ପହଂଚାଇବାକୁ ପ୍ରସ୍ତୁତ ଅଛୁ । ବାୟୁସେନା ପ୍ରମୁଖ କହିଛନ୍ତି, ମୁଁ ରାଷ୍ଟ୍ରକୁ ତା’ର ସୁରକ୍ଷା ପାଇଁ ସବୁବେଳେ କାମ କରିବାକୁ ପ୍ରସ୍ତୁତ ଅଛି ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ୨ ଦିନ ପରେ ପାକିସ୍ତାନ ସୀମା ନିକଟରେ ନିଜାର ମାରକ କ୍ଷମତାର ପ୍ରଦର୍ଶନ କରିବା ଲାଗି ବାୟୁସେନା ପାଖାପାଖି ୧୪୦ ଲଢୁଆ ଜେଟ, ଜଙ୍ଗି ହେଲିକପ୍ଟର ଏବଂ ବିଭିନ୍ନ ପ୍ରକାରର ମିସାଇଲ ବ୍ୟବହାର କରିଛି । ଲଢୁଆ ଜେଟ ଏବଂ ହେଲିକପ୍ଟର ଦିନ ଏବଂ ରାତି ମଧ୍ୟରେ ନିଜର ଲକ୍ଷ୍ୟକୁ ଭେଦିଛି । ଏଭଳି ପ୍ରଥମ ଥର ହାଲୁକା ହେଲିକପ୍ଟର ଏବଂ ଆକାଶକୁ ସେନାର ସୈନ୍ୟ ଅଭ୍ୟାସରେ ଲଗାଯାଇଛି ।

ବାୟୁସେନା ଅଭ୍ୟାସ ସମୟରେ ଆକାଶରୁ ଭୂପୃଷ୍ଠର ଭୂମିକାରେ ଉନ୍ନତ ମିଗ ୨୯ ଲଢୁଆ ଜେଟକୁ ମୁତୟନ କରିଛି । ସୁଖୋଇ ୩୦, ମିରାଜ ୨୦୦୦, ଜାଗୁଆର, ମିଗ ୨୧ ବିସନ, ମିଗ ୨୭, ମିଗ ୨୯, ଆଇଏଲ ୭୮, ହରକୁଲସ, ଏଏନ ୩୨ ବିମାନ ସମେତ ୧୩୭ ବିମାନ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ।

By amfnews

Related Post