Thu. Dec 26th, 2024

ଏୟାର ଇଣ୍ଡିଆ କର୍ମଚାରୀ ନିଖୋଜ ମାମଲା: ପରିବାର ଲୋକଙ୍କୁ ୧ କୋଟି ମାଗିଲେ ଦୁର୍ବୃତ୍ତ

By amfnews Nov 17, 2018 #Featured
190 Views

ନୂଆଦିଲ୍ଲୀ, ନଭେମ୍ବର ୧୭ : ପ୍ରାୟ ଦେଢ଼ ମାସ ପୂର୍ବରୁ ନିଖୋଜ ଥିବା ଏୟାର ଇଣ୍ଡିଆର କର୍ମଚାରୀ ମାମଲାର ନୂଆ ମୋଡ଼ ଆସିଛି । ମହିଳାଙ୍କ ପରିବାରକୁ ଏକ ଅଜଣା ମୋବାଇଲ ନମ୍ବରରୁ ୧ କୋଟି ଟଙ୍କା ଦେବାକୁ କଲ ଆସୁଛି । ଏୟାର ଇଣ୍ଡିଆର ମହିଳା କର୍ମଚାରୀ ସୁଲକ୍ଷଣ ନରୁଲା (୫୭) ନିଜ ଘର ପଣ୍ଡାରା ରୋଡ ଠାରୁ ନିଖୋଜ ହୋଇଥିଲେ । ସୁଲକ୍ଷଣଙ୍କ ନିଖୋଜ ପରେ ପୋଲିସ ତାଙ୍କ ସଂପର୍କରେ କିଛି ତଥ୍ୟ ପାଇପାରି ନାହିଁ ।

ସୁଲକ୍ଷଣଙ୍କୁ ଛାଡ଼ିଦେବା ବଦଳରେ ତାଙ୍କ ପରିବାରକୁ ୧ କୋଟି ଟଙ୍କା ଦେବାକୁ ଦାବି ହୋଇଛି । ପ୍ରଥମ କଲ ନଭେମ୍ବର ୧୧ରେ ଆସିଥିଲା । ନଭେମ୍ବର ୧୬ରେ ପୁଣି ଥରେ କଲ ଆସିଛି । ଟଙ୍କା ଦାବି କରୁଥିବା ଲୋକଙ୍କ ଅନୁସାରେ ପରିବାର ଲୋକେ ହରିଦ୍ୱାର ଯାଇଥିଲେ । ସାଥୀରେ ଦିଲ୍ଲୀ ପୋଲିସ ଯାଇ ନଥିବା ବେଳେ କୋର୍ଟରୁ ମଧ୍ୟ କୌଣସି ସହାୟତା ମିଳି ନାହିଁ । ପରିବାର ଲୋକଙ୍କ ଅଭିଯୋଗ ଯେ, ପଙ୍କଜ ନାମରେ ଜଣେ ବ୍ୟକ୍ତି ନିଜକୁ ପରିଚୟ ଦେଇ ଟଙ୍କା ଦାବି କରୁଛି ।

ନିଖୋଜ ମହିଳାଙ୍କ ପରିବାର ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ଏବେ ନିଜର ଏହି ଦାବି ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପାଇଁ ସ୍ଥିର କରିଛନ୍ତି । ସୁଲକ୍ଷଣଙ୍କ ସ୍ୱାମୀ, ସୁନୀଲ ଯିଏକି ବୃତ୍ତିରେ ଜଣେ ଡାକ୍ତର, କୁହନ୍ତି ଯେ, ଆମେ ଚାହୁଁଛୁ ଯେ, ମାମଲାର ତଦନ୍ତ ସିବିଆଇ ଅଥବା କ୍ରାଇମବ୍ରାଞ୍ଚ କରୁ କିନ୍ତୁ ପୋଲିସ ସଂପୂର୍ଣ୍ଣ ଭାବରେ ସମ୍ବେଦନହୀନ ରହୁଛି । ଏହି ମାମଲାର ଯାଞ୍ଚ ପାଇଁ ଦାୟିତ୍ୱ ନେଇଥିବା ଅଧିକାରୀ ସବୁବେଳେ ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି । ଏଥିପାଇଁ ସମୟ ନଷ୍ଟ ହେଉଛି ।

ସୁନୀଲ କହିଛନ୍ତି, ଯେତେବେଳେ ଟଙ୍କା ଦାବି କରି କଲ ଆସିଥିଲା, ଆମେ ଏହି ମାମଲା ସହିତ ଜଡ଼ିତ ଅଧିକାରୀଙ୍କୁ ସଂପର୍କ କରି କହିବାକୁ ଆଗ୍ରହ ପ୍ରକାଶ କରିଥିଲୁ କିନ୍ତୁ ସେ ସେହି ସମୟରେ ଛୁଟିରେ ଥିଲେ । ଆମେ ହରିଦ୍ୱାର ଯାଇଥିଲୁ କିନ୍ତୁ ସେଠାରେ ଆମେ ପୋଲିସର ସହାୟତା ନେଇଥିଲୁ । ଟଙ୍କା ଦାବି କରୁଥିବା ଲୋକ ବାରମ୍ବାର କଲ କରୁଥିଲା କିନ୍ତୁ ସେ କେଉଁଠାରେ ଥିଲା, ତାହା କହୁ ନଥିଲା । ସୁଲକ୍ଷଣ ୨୦୧୯ ଜାନୁୟାରୀରେ ଅବସର ନେବାର ଥିଲା । ସେ ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ ତିଲକ ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ପୋଲିସ ଏହି ଅକ୍ଟୋବର ୪ରେ ଏକ ମାମଲା ରୁଜୁ କରିଛି ।

By amfnews

Related Post