Sat. Mar 7th, 2026

ଏହି ସୁପରହିଟ୍‌ ନିର୍ଦ୍ଦେଶକଙ୍କ ସହ କାମ କରିବେ ସଲମାନ୍‌ ଖାନ୍‌

195 Views

ମୁମ୍ବାଇ, ଜାନୁଆରୀ ୨୯  : ବଲିଉଡର ଦବଙ୍ଗ ସଲମାନ୍‌ ଖାନ୍‌ଙ୍କୁ ନେଇ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ,ଏଥିପାଇଁ ନିର୍ମାତା ସାଜିଦ୍‌ ନାଡିଆଡଓ୍ଵାଲା, ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଓ ସଲମାନ୍‌ ଖାନ୍‌ ହାତ ମିଳାଇଛନ୍ତି। ସବୁଠାରୁ ମଜାଦାର କଥା ହେଲା ଯେ,ଏହି ସିନେମାର କାହାଣୀ ଜଣେ ପୁଲିସ ଅଧିକାରୀଙ୍କ ଉପରେ ଆଧାରିତ। ଅର୍ଥାତ୍‌ ଏହି ଫିଲ୍ମରେ ପୁଣି ସଲମାନ୍‌ ଖାନ୍‌ ଜଣେ ପୁଲିସ ଅଧିକାରୀ ଚରିତ୍ରରେ ଅଭିନୟ କରିବେ।
ଏଠାରେ ସୂଚନାଯୋଗ୍ୟ ଯେ,ସଲମାନ୍‌ ଖାନ୍‌‘ଦବଙ୍ଗ’ଓ ‘ଦବଙ୍ଗ-୨’ରେ ଇନ୍‌ସ୍ପେକ୍ଟର ଚୁଲବୁଲ ପାଣ୍ଡେ ଭୂମିକାରେ ଅଭିନୟ କରି ଖୁବ୍‌ ଚର୍ଚ୍ଚିତ ହୋଇଥିଲେ। ଏବେ ସଲମାନ୍‌ ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମରେ କେଉଁ ଧରଣର ପୁଲିସ ଚରିତ୍ରରେ ନଜର ଆସିବେ,ତାହା ଦେଖିବାକୁ ଅପେକ୍ଷା ରହିଲା। ଏଣେ ରୋହିତ ବି ଅଜୟ ଦେବଗନ୍‌ଙ୍କୁ ନେଇ ‘ସିଂଘମ୍‌’ ଓ ‘ସିଂଘମ୍‌-୨’, ରଣବୀର ସିଂହଙ୍କୁ ନେଇ ‘ସିମ୍ବା’ ଭଳି ସୁପରହିଟ୍‌ ପୁଲିସ ବାଲା ଫିଲ୍ମ ନିର୍ମାଣ କରିଛନ୍ତି। ଏବେ ସେ ଅକ୍ଷୟ କୁମାରଙ୍କୁ ନେଇ ‘ସୂର୍ଯ୍ୟବଂଶୀ’ ଟାଇଟଲରେ ଏକ ଫିଲ୍ମ ତିଆରି କରୁଛନ୍ତି, ଯେଉଁଥିରେ ସୁପରଷ୍ଟାର ଅକ୍ଷୟ ବନିଛନ୍ତି ଜଣେ ପୁଲିସ ଅଧିକାରୀ।


ପ୍ରାପ୍ତ ସୂଚନା ଅନୁଯାୟୀ ରୋହିତ ସେଟ୍ଟୀ-ସଲମାନ୍‌ ଖାନଙ୍କ ଏହି ନୂଆ ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ଆଡକୁ ଆରମ୍ଭ ହେବ।

By amfnews

Related Post